ଓଡ଼ିଆ ନ୍ୟୁଜ୍: ନୟାଗଡ଼ କାଣିପଦା ଜଙ୍ଗଲ ପଥର ଖୋଲରେ ଫସିଥିବା ନାବାଳକ ଉଦ୍ଧାର। ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପଥର ଭିତରୁ ଉଦ୍ଧାର। ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ପରେ ଉଦ୍ଧାର ପାଇଲେ। ଉଦ୍ଧାର ପାଇଥିବା ନାବାଳକକୁ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର।
ସୂଚନାଯୋଗ୍ୟ, ଆଜି ସକାଳୁ ମହୁ ସଂଗ୍ରହ ପାଇଁ ନାବାଳକ ଜଣକ ଓଡ଼ଗାଁ ବାଉଁଶଗାଡ଼ିଆ ଅଞ୍ଚଳର ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ମାଟି ଖସିଯିବାରୁ ନାବାଳକ ପଥର ସନ୍ଧିରେ ଫସି ଯାଇଥିଲା । ନାବାଳକର ମୁଣ୍ଡ ପଥର ସନ୍ଧିରେ ଅଟକିଯିବାରୁ ସେ ବାହାରି ପାରୁ ନଥିଲା । ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ନୟାଗଡ଼ ଓ ଓଡ଼ଗାଁ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
କିନ୍ତୁ ପଥର ସନ୍ଧିରେ ମୁଣ୍ଡ ଅଟକିଥିବାରୁ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇପଡ଼ିଥିଲା । ଉଦ୍ଧାର ସମୟରେ ପିଲାଠୁ ମାତ୍ର ଅଳ୍ପ ଦୂରରେ ଶୋଇଥିଲା ବିରାଟ ଅଜଗର । ଶେଷରେ ଦୀର୍ଘ ୮ ଘଣ୍ଟାର ରେସକ୍ୟୁ ଅପରେସନ ପରେ ନାବାଳକଙ୍କୁ ପଥର ଖୋଲରୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ନାବାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ନିଆଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।