ନବରଙ୍ଗପୁରରେ ପେଟ୍ରୋଲ ସଙ୍କଟ

0

ଓଡ଼ିଆ ନ୍ୟୁଜ୍: ନବରଙ୍ଗପୁର ସହରରେ ପେଟ୍ରୋଲ୍‌ ଓ ଡିଜେଲ୍‌ର ଘୋର ଅଭାବ ଦେଖାଦେଇଛି। ସହରର ୬ଟି ପେଟ୍ରୋଲ୍ ଟାଙ୍କି ମଧ୍ୟରୁ ତେଲ ନଥିବାରୁ ୪ଟି ଟାଙ୍କି ସମ୍ପୂର୍ଣ୍ଣ ବନ୍ଦ ରହିଛି। ମାତ୍ର ୨ଟି ଟାଙ୍କିରେ ତେଲ ମିଳୁଥିବାରୁ ସେଠାରେ ଗାଡ଼ି ମୋଟରର ପ୍ରବଳ ଭିଡ଼ ଜମିଛି। ୨ ଚକିଆକୁ ୨୦୦ ଟଙ୍କା ଓ ୪ ଚକିଆ ଗାଡ଼ିକୁ ମିଳୁଛି ହଜାର ଟଙ୍କାର ତେଲ।ଗତକାଲି ସନ୍ଧ୍ୟାରୁ ନବରଙ୍ଗପୁର ସହରରେ ଥିବା ତେଲ ଟାଙ୍କିରେ ପେଟ୍ରୋଲ ଡିଜେଲର ସଙ୍କଟ ଦେଖାଦେଇଛି । ସହର ମଧ୍ୟରେ ଥିବା ୬ଟି ପେଟ୍ରୋଲ ଟାଙ୍କିରୁ ୪ଟି ଟାଙ୍କିରେ ତେଲ ନଥିବାରୁ ଟାଙ୍କି ଗୁଡିକ ବନ୍ଦ ରହିଛି । ବାକି ତେଲ ଥିବା ଦୁଇଟି ଟାଙ୍କିରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମିଛି ।

କିନ୍ତୁ ଏହି ଦୁଇ ଟାଙ୍କିରେ ଗ୍ରାହକଙ୍କୁ ସୀମିତ ମାତ୍ରାରେ ତେଲ ଦିଆଯାଉଛି । ବାଇକକୁ ୨ଶହ ଟଙ୍କାର ତେଲ ଓ ଚାରିଚକିଆ ଯାନକୁ ହଜାରେ ଟଙ୍କାର ତେଲ ପ୍ରଦାନ କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । କହିଛନ୍ତି, ଜିଲ୍ଲାରେ ବ୍ୟାପକ ମାତ୍ରାରେ ପେଟ୍ରୋଲ ଡିଜେଲ ମହଜୁଦ ଥିବା ବେଳେ କେବଳ ସହର ମଧ୍ୟରେ ଥିବା ତେଲ ଟାଙ୍କିରେ ତେଲ ଅଭାବ ଦେଖାଦେଇଛି । ତେଲ ଡିପୋରୁ ସୀମିତ ମାତ୍ରାରେ ଟାଙ୍କିକୁ ତେଲ ଆସୁଥିବାରୁ ଟାଙ୍କି ଗୁଡିକ ଡ୍ରାଏ ହୋଇଯାଉଛି । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ତେଲ ଟାଙ୍କିରେ ତେଲ ପହଂଚିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

Leave A Reply

Your email address will not be published.