ଓଡ଼ିଆ ନ୍ୟୁଜ୍: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ଲକ୍ଷ୍ମଣ ଆଚାର୍ଯ୍ୟଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଆସାମରେ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି।୧୨୬ଟି ବିଧାନସଭା ଆସନ ମଧ୍ୟରୁ ଏନଡିଏ ମେଣ୍ଟ ୧୦୨ଟି ଆସନରେ ବିଜୟୀ। ଆସନ୍ତା ୧୧ ତାରିଖରେ ଆସାମରେ ନୂଆ ସରକାର ଶପଥ ନେବେ । ଏନେଇ କାମଚଳା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ହିମନ୍ତ ଆଜି ଲୋକଭବନରେ ପହଞ୍ଚି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ତାଙ୍କର ଏବଂ ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫାପତ୍ର ପ୍ରଦାନ କରିଥିଲେ । ରାଜ୍ୟପାଳ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି । ନୂତନ ସରକାର ଗଠନ ଏବଂ ଶପଥ ଗ୍ରହଣ ନହେବା ପର୍ଯ୍ୟନ୍ତ ହିମନ୍ତ ବିଶ୍ୱଶର୍ମାଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ ଅନୁରୋଧ କରାଯାଇଛି ।
ରାଜ୍ୟରେ ତୃତୀୟ ଥର ସରକାର ଗଠନ କରିବାକୁ ଯାଉଛି ବିଜେପି । ୧୨୬ ଆସନ ମଧ୍ୟରୁ ୧୦୨ ଆସନରେ ବିଜୟୀ ହୋଇଛି ଏନଡିଏ ମେଣ୍ଟ । ଆସନ୍ତା ୧୧ ତାରିଖରେ ଆସାମରେ ନୂଆ ସରକାର ଶପଥ ନେବେ । ଏନେଇ ସୂଚନା ଦେଇଛନ୍ତି କାମଚଳା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପ୍ରଧାନମନ୍ତ୍ରୀ ଶପଥ ଉତ୍ସବକୁ ଆସିବାକୁ ଥିବାରୁ ୧୧ ପର୍ଯ୍ୟନ୍ତ ଅପେକ୍ଷା ରହିଛି ।