ଓଡ଼ିଆ ନ୍ୟୁଜ୍:ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କ ସହଯୋଗୀଙ୍କୁ ହତ୍ୟା। ଶୁଭେନ୍ଦୁଙ୍କ ସହଯୋଗୀ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା। ଉତ୍ତର ୨୪ ପ୍ରଗଣା ମଧ୍ୟମଗ୍ରାମରେ କାର୍କୁ ଅଟକାଇ ୪ ରାଉଣ୍ଡ ଗୁଳି।ଗୁଳିମାଡ଼ରେ ଚନ୍ଦ୍ରନାଥଙ୍କ ଡ୍ରାଇଭର ମଧ୍ୟ ଗୁରୁତର। ପୂର୍ବ ନିର୍ଦ୍ଧାରିତ ଯୋଜନା ଭାବେ ହତ୍ୟା କରାଯାଇଥିବା କହିଲେ ଶୁଭେନ୍ଦୁ। ୧୫ ବର୍ଷର ମହାଜଙ୍ଗଲ ରାଜ୍ର ଏହା ଫଳ, ଗୁଣ୍ଡାମାନଙ୍କୁ ସଫା କରିବ ବିଜେପି।ଟିଏମ୍ସି କର୍ମୀ ହତ୍ୟା କରିଥିବା ଅଭିଯୋଗ କଲା ବିଜେପି।
ରିପୋର୍ଟ ଅନୁସାରେ, ବିଜେପି ନେତା ଶୁଭେନ୍ଦୁଙ୍କ ବ୍ୟକ୍ତିଗତ ସହାୟକ ବା ପିଏଙ୍କୁ ଗୁଳି କରି ହତ୍ୟା କରାଯାଇଛି । କୋଲକାତାର ମାଧ୍ୟମଗ୍ରାମରେ ଏହି ଘଟଣା ଘଟିଛି । ପ୍ରାଣ ହରାଇଥିବା ବ୍ୟକ୍ତିଗତ ସହାୟକ ହେଲେ ଚନ୍ଦ୍ରନାଥ ରଥ । ସେ ବିଜେପିର ଜଣେ କର୍ମୀ ମଧ୍ୟ ଥିଲେ ।
ତେବେ ସେ କାରରେ ଯାଉଥିବା ବେଳେ ଦୁର୍ବୃତ୍ତ ତାଙ୍କ ଉପରେ ଗୁଳି ଚାଳନା କରିଥିଲେ । ତାଙ୍କ ଶରୀରରେ ତିନୋଟି ଗୁଳି ବାଜି ଥିଲା । ଯେଉଁଥିରେ ସେ ପ୍ରାଣ ହରାଇଥିଲେ । ଗୁଳିମାଡରେ କାରର ବାମ ପାର୍ଶ୍ୱ ଝରକା ଭାଙ୍ଗିଯାଇଛି । ଘଟଣାରେ କାର୍ ଚଲାଉଥିବା ବୁଦ୍ଧଦେବ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଶୁଭେନ୍ଦୁଙ୍କ ସହ ଚନ୍ଦ୍ରକାନ୍ତ ଦୀର୍ଘବର୍ଷ ହେବ କାର୍ଯ୍ୟ କରୁଥିଲେ । ବିଜେପିର କାର୍ଯ୍ୟକ୍ରମ ସହ ଶୁଭେନ୍ଦୁଙ୍କ ବୈଠକ ମଧ୍ୟ ସେ ବୁଝାସୁଝା କରୁଥିଲେ । ବିଜେପି ନେତାଙ୍କ କୋର୍ ଟିମରେ ସେ ସାମିଲ ଥିଲେ ।