ଜଗା ଦର୍ଶନ ସାରି ଘରକୁ ଫେରୁଥିଲେ ଅଧା ବାଟରେ ଚାଲିଗଲା ଜୀବନ

0

ଓଡ଼ିଆ ନ୍ୟୁଜ୍: ଏନ୍‌ଏଚ୍‌ ୧୬ ବାସୁଳି ନିକଟରେ ଟ୍ରକ୍‌କୁ ଧକ୍କା ଦେଲା ବୋଲେରୋ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ, ୫ ଜଣ ଗୁରୁତର ଆହତ। ମୃତାହତ ବାସୁଦେବପୁର ଇରମ୍‌ ଅଂଚଳର ହୋଇଥିବା ସୂଚନା। ପୁରୀରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ବାସୁଦେବପୁର ଇରମ ଅଞ୍ଚଳର ଅମରନାଥ ପାଢ଼ୀ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ମାନେ ପୁରୀ ଯାଇଥିଲେ। ପୁରୀରେ ଜାଗା ଦର୍ଶନ ସାରି ଫେରୁଥିବା ବେଳେ ବଲେରୋ ଡ୍ରାଇଭରଙ୍କର ଆଖିରେ ନିଦ ଲାଗି ଯିବାରୁ ରାସ୍ତା ଉପରେ ଛିଡା ହୋଇଥିବା ଟ୍ରକ ପଛ କୁ ଧକ୍କା ମାରିଥିଲେ । ଫଳରେ ଗାଡ଼ିର ଆଗରେ ବସିଥିବା ଅମରନାଥ ପାଢ଼ୀଙ୍କର ମୃତ୍ୟୁ ହୋଇଥିବା ବେଳେ ସମସ୍ତ ସଦସ୍ୟ ମାନେ ଗୁରୁତ୍ୱର ଭାବେ ଆହତ ହୋଇଛନ୍ତି । ସମସ୍ତ ଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦମକଳ ବାହିନୀ ଭର୍ତ୍ତି କରିଛି । ଦୁର୍ଘଟଣା ଘଟାଇଥିବା ବଲେରୋ ଗାଡ଼ିର ଡ୍ରାଇଭର କୁ ଅଟକ ରଖି ତଦନ୍ତ ଚଳାଇଛି ଗ୍ରାମାଞ୍ଚଳ ପୋଲିସ ।

Leave A Reply

Your email address will not be published.