ଟାୱାର ଉପରେ ଚଢ଼ି ଜୀବନ ହାରିବାକୁ ଧମକ

0

ଓଡ଼ିଆ ନ୍ୟୁଜ୍: ମୋବାଇଲ୍ ଟାୱାର ଉପରେ ଚଢ଼ି ଜୀବନ ହାରିବାକୁ ଧମକ। ଟାଉନ୍ ଥାନା ନିକଟ ଏକ ଟାୱାର ଉପରେ ଚଢ଼ି ଜୀବନ ହାରିବାକୁ ଧମକ। ଚାକିରିରେ ପୁନଃ ନିଯୁକ୍ତି ଦାବିରେ ଯୁବକଙ୍କ ଉନ୍ମତ୍ତକାଣ୍ଡ। କାମାକ୍ଷାନଗର ସୋଗର ଗାଁର ଯୁବକ, ୨୦୧୮ରେ OSAP କନଷ୍ଟେବଲ ଥିଲେ। ତେବେ କୌଣସି କାରଣବଶତଃ ଯୁବକଙ୍କୁ ଚାକିରିରୁ ବିଦା କରାଯାଇଥିଲା। ଯୁବକଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ଟିମ୍।

୨୦୧୮ରେ ଓଏସଓପିରେ ଭର୍ତ୍ତି ହୋଇଥିଲେ ରୁଦ୍ର ନାରାୟଣ । ଟ୍ରେନିଂ ବେଳେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବିଶ୍ରାମ ପାଇଁ ପଠାଇ ଦିଆଯାଇଥିଲା । ସେ ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା । ପୁନଶ୍ଚ ଚାକିରି ଖଣ୍ଡିକ ପାଇବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କଠୁ ନେଇ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିରାଶ ହୋଇଛନ୍ତି । ବିଭିନ୍ନ ସମୟରେ ସମସ୍ୟା ନେଇ ରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀଙ୍କୁ ବି ଏକ୍ସରେ ଲେଖିଥିଲେ ରୁଦ୍ର । ହେଲେ କିଛି ସମାଧାନ ନହେବାରୁ ସେ ମାନସିକ ଭାବେ ଭାଙ୍ଗି ପଡିଥିଲେ । ଅନ୍ୟପଟେ ରୋଗଗ୍ରସ୍ତ ବାପା-ମାଆଙ୍କ ଚିକିତ୍ସା ପାଇଁ ବିଚଳିତ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି ରୁଦ୍ର ନାରାୟଣ ।

Leave A Reply

Your email address will not be published.