ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

0

ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ। ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ। ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ଶପଥ ଗ୍ରହଣ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି।

ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟତୀତ ଦିଲୀପ ଘୋଷ, ଅଗ୍ନିମିତ୍ର ପାଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ ଏବଂ ନିସିଥ ପ୍ରାମାଣିକଙ୍କ ସମେତ ଅନ୍ୟ ୫ ଜଣ ନେତା ମଧ୍ୟ ଶପଥ ଗ୍ରହଣ କରିଛନ୍ତି।

ଶୁଭେନ୍ଦୁଙ୍କ ଶପଥ ଉତ୍ସବ ପାଇଁ କୋଲକାତାରେ ପ୍ରଧାନମନ୍ତ୍ରୀ ମୋଦି । ଉପସ୍ଥିତ ଅଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏଥିସହ ବିଜେପି ଅଧ୍ୟକ୍ଷ ନିତିନ ନବୀନ ମଧ୍ୟ ଉପସ୍ଥିତ ରହିଛନ୍ତି । NDA ର ଶାସିତ ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀ ସାମିଲ ଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହି ଶପଥ ସମାରୋହରେ ସାମିଲ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.