ଓଡ଼ିଆ ନ୍ୟୁଜ୍: ବାଲିଅନ୍ତା ଭିଡ଼ ହତ୍ୟା ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ। ବଦଳିଲେ ବାଲିଅନ୍ତା ଥାନା IIC, ୪ ପୋଲିସ ସସ୍ପେଣ୍ଡ୍। ବାଲିଅନ୍ତା IIC ଅନୀଲ ପରିଡ଼ା UPD, ଭୁବନେଶ୍ବର ମୁଖ୍ୟାଳୟକୁ ବଦଳି। ଇନ୍ସପେକ୍ଟର ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନା ଦାୟିତ୍ବ। ଜଣେ SI, ଜଣେ ASI, ଜଣେ OAPF ସସ୍ପେଣ୍ଡ୍। ଜଣେ କନଷ୍ଟେବଲ ସସ୍ପେଣ୍ଡ୍, ୨ ହୋମଗାର୍ଡ କାର୍ଯ୍ୟରୁ ଅନ୍ତର।ବାଲିପାଟଣା ଥାନା ଆଇଆଇସି ଅନିଲ ପରିଡ଼ାଙ୍କୁ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା ମୁଖ୍ୟାଳୟକୁ ବଦଳି ହୋଇଛି । ବାଲିପାଟଣା ନୂଆ ଥାନା ଅଧିକାରୀ ହେଲେ ରଶ୍ମିତା ବେହେରା ।
ଏପଟେ ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ ଆରମ୍ଭ । ବାଲିଅନ୍ତା ଘଟଣା ପରେ ଆକ୍ସନ ମୋଡ୍ରେ ଡିଜି । ପୋଲିସ ଭବନରେ କମିସେରେଟ୍ ପୋଲିସର ସମସ୍ତ IIC ମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ । ବୈଠକରେ ପୋଲିସ ଡିଜିଙ୍କ ସମେତ ସିପି , ଡିସିପି ଓ ଆଡିସନାଲ ସିପି ଉପସ୍ଥିତ । ବାଲିଅନ୍ତା ଘଟଣା ପରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା । ଅନଲାଇନରେ ମଧ୍ୟ ଯୋଡ଼ି ହୋଇଛନ୍ତି ବିଭିନ୍ନ ଥାନାର ଆଇଆଇସି ।ସେପଟେ ମୃତ ସୋମ୍ୟଙ୍କ ଘରେ ପହଂଚିଛି କ୍ରାଇମବ୍ରାଞ୍ଚ । ମୃତ ସୋମ୍ୟଙ୍କ ବାପା ଓ ମା ଓ ମାମୁଁଙ୍କୁ ପଚରା ଉଚରା କରୁଛି । ଘଟଣା ଦିନ ଘରଠୁ ଆରମ୍ଭ କରି ବ୍ୟବସାୟୀକ କାରବାର ସମସ୍ତ ଦିଗକୁ ନେଇ ଯାଂଚ କରୁଛି କ୍ରାଇମବ୍ରାଞ୍ଚ ।