ଓଡ଼ିଆ ନ୍ୟୁଜ୍: ବାଲିଅନ୍ତା କ୍ରାଇମ୍ସ୍ପଟ୍ରେ କ୍ରାଇମବ୍ରାଞ୍ଚ ଟିମ୍ର ତଦନ୍ତ। ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ଖୋଳତାଡ଼।ଦୁଇଟି ଟିମର ତଦନ୍ତ ଆରମ୍ଭ । ଗୋଟିଏ ଟିମ୍ ଥାନାରେ ତଦନ୍ତ ଆରମ୍ଭ କରିଛି । ଥାନାଧିକାରୀଙ୍କଠୁ ନେଉଛନ୍ତି ତଥ୍ୟ । ଦ୍ବିତୀୟ ଟିମଟି ସ୍ପଟରେ ପହଞ୍ଚି କରୁଛି ତନାଘନା ।ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ GRP କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯିବା ଘଟଣା ଏବେ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୧ ଜଣ ଗିରଫ ହୋଇଥିବା ବେଳେ, ଏହି ‘ମବ୍ ଲିଞ୍ଚିଂ’ ପଛରେ ଥିବା ପ୍ରକୃତ କାରଣ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ସ୍ଥାନୀୟ ପୋଲିସ ଠାରୁ ସମସ୍ତ କେସ୍ ଫାଇଲ୍, ସିସିଟିଭି ଫୁଟେଜ୍ ଏବଂ ମୋବାଇଲ୍ ଭିଡିଓ ଜବତ କରାଯିବ। କ୍ୟାପିଟାଲ ହସ୍ପିଟାଲର ଇଞ୍ଜୁରି ରିପୋର୍ଟ ଓ ଡିଏନଏ ପ୍ରମାଣର ପୁନଃ ଯାଞ୍ଚ ହେବ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସହ ଅଭିଯୋଗକାରୀ ଦୁଇ ମହିଳା ଏବଂ ମୃତ ସୌମ୍ୟଙ୍କ ସହଯୋଗୀ ଓମ୍ ପ୍ରକାଶଙ୍କୁ ଜେରା କରାଯିବ।
ପରିବାର ଲୋକଙ୍କ ଦାବି ଅନୁଯାୟୀ ମହିଳାଙ୍କର ‘ପଲିଗ୍ରାଫ୍ ଟେଷ୍ଟ’ କରାଯାଇପାରେ। ପୋଲିସର ଅବହେଳାର ଯାଞ୍ଚ: ଘଟଣା ସ୍ଥଳରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ କାହିଁକି ସୌମ୍ୟଙ୍କୁ ବଞ୍ଚାଇଲେ ନାହିଁ କିମ୍ବା ସେମାନେ ମଧ୍ୟ ଆକ୍ରମଣରେ ସାମିଲ ଥିଲେ କି, ସେ ନେଇ ବାଲିଅନ୍ତା ପୋଲିସ ଟିମକୁ ପଚରାଉଚରା କରାଯିବ। ବୈଷୟିକ ଯାଞ୍ଚ: ସୋସିଆଲ ମିଡିଆ ଭିଡିଓରୁ ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଆବଶ୍ୟକ ପଡ଼ିଲେ ନାର୍କୋ-ଆନାଲିସିସ୍ କରାଯିବ। ଆଗାମୀ ୬୦ ରୁ ୯୦ ଦିନ ମଧ୍ୟରେ ହତ୍ୟା ଓ ଦଙ୍ଗା ଭଳି ସଂଗୀନ ଦଫାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ କ୍ରାଇମବ୍ରାଞ୍ଚ ସାମ୍ନାରେ ୫ଟି ମୁଖ୍ୟ ଚ୍ୟାଲେଞ୍ଜ ରହିଛି ।