ତ୍ରୁଟି ଥିଲେ ସୁଧାରିବୁ ଅପଗ୍ରେଡ୍‌ କରିବୁ: DGP

0

ଓଡ଼ିଆ ନ୍ୟୁଜ୍: ବାଲିଅନ୍ତା ଓ ବାଲିପାଟଣା ଘଟଣା ସମୀକ୍ଷା ପରେ ପୋଲିସ ଡିଜିଙ୍କ ସୂଚନା। ୩/୪ ଦିନ ହେଲା ଲୋକଙ୍କ ମନରେ କିଛି ଆଶଙ୍କା ସାମ୍ନାକୁ ଆସିଥିଲା। କେମିତି ଆମେ ଲୋକଙ୍କ ଆସ୍ଥାଭାଜନ ହେବୁ ଆଲୋଚନା ହେଲା। କମିଶନରେଟ୍‌ ପୋଲିସ ଉପରେ ପୂରା ଭରସା ରହିଛି। ଅତୀତରେ ବେଶ୍‌ ଭଲ କାମ କରିବାର ନଜିର ସୃଷ୍ଟି କରିଛନ୍ତି। ମୁଁ କମିଶନରେଟ୍‌ ପୋଲିସ ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଉଛି।ଏହି ଘଟଣା ଆମ ସିଷ୍ଟମ ଉପରେ ଧ୍ୟାନ ଦେବାକୁ ବାଧ୍ୟ କରିଛି।ଯଦି କିଛି ତ୍ରୁଟି ଥାଏ ସୁଧାରିବୁ, ଅପଗ୍ରେଡ୍‌ ଦରକାର ଥିଲେ କରିବୁ।କାରଣ ଲୋକଙ୍କ ସୁରକ୍ଷା ପାଇଁ ସରକାର ଆମକୁ ସବୁ ଯୋଗାଇ ଦେଇଛନ୍ତି।

ତେବେ ସମୀକ୍ଷା ବୈଠକ ପରେ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ପ୍ରତିକ୍ରିୟା ଦେଇ କହିଛନ୍ତି, ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଭଲ ତଦନ୍ତ କରିବ। କମିଶନରେଟ ପୋଲିସ ଓ ଓଡ଼ିଶା ପୋଲିସ ଉପରେ ଲୋକଙ୍କ ଭରସା ଅଛି। ଆଗକୁ ସିଷ୍ଟମରେ ବଡ଼ ଧରଣର ପରିବର୍ତ୍ତନ ହେବ। ବୈଠକରେ ପ୍ରତ୍ୟେକ ଥାନାର ଆଇଆଇସିଙ୍କ ସହ ସେମାନଙ୍କ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ପୋଲିସ ପ୍ରଶାସନରେ ଯଦି ବର୍ତ୍ତମାନର କାର୍ଯ୍ୟଶୈଳୀ ବା ସିଷ୍ଟମରେ କୌଣସି ପ୍ରକାରର ଅଭାବ ରହିଛି, ତେବେ ତାହାକୁ ତୁରନ୍ତ ସୁଧାର କରାଯିବ । ଲୋକଙ୍କୁ ଉତ୍ତମ ସେବା ଯୋଗାଇଦେବା ଏବଂ ପୋଲିସ ଉପରେ ଥିବା ଆସ୍ଥାକୁ ଫେରାଇ ଆଣିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ପୋଲିସ ଡିଜି ୱାଇବି ଖୁରାନିଆ।

Leave A Reply

Your email address will not be published.