ଭୁବନେଶ୍ବର IIT ଛାତ୍ର ବାଲ୍କୋନୀରୁ ଖସି ମୃତ
ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର IIT କ୍ୟାମ୍ପସ୍ ହଷ୍ଟେଲ ବାଲ୍କୋନୀରୁ ପଡ଼ି ପିଏଚ୍ଡି ଛାତ୍ର ମୃତ। ବଏଜ୍ ହଷ୍ଟେଲ୍ର ଷଷ୍ଠ ମହଲା ବାଲକୋନୀରୁ ପଡ଼ି ମୃତ ସୂଚନା। ମୃତ ଘୋଷଣା କଲେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ୍ ଡାକ୍ତର। ମୃତ ଛାତ୍ର ହେଲେ ତନିକୋଣ୍ଡା ନିଶାନ୍ତ କୁମାର, ଘର ଆନ୍ଧ୍ର ପ୍ରଦେଶ। ବାଲକୋନୀରୁ ଖସି ମୃତ୍ୟୁ ନେଇ କଲେଜ୍ ପିଆର୍ଓଙ୍କ ସୂଚନା। ବାପା ମାଆ ଆସିଲା ପରେ ପୋଷ୍ଟମର୍ଟମ କରାଯିବ କହିଲେ ପିଆର୍ଓ।
ଖବର ଅନୁଯାୟୀ, ଶନିବାର ସଂଧ୍ୟାରେ ଆଇଆଇଟି କ୍ୟାମ୍ପସରୁ ଆସିଥିଲା ଏକ ଦୁଃଖଦ ଖବର । ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରି ବିଭାଗରେ ପିଏଚ୍ଡି ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଛାତ୍ର ଜଣଙ୍କ ତାନିକୋଣ୍ଡା ନିଶାନ୍ତ କୁମାର ବ୍ରହ୍ମପୁର ହଲ୍ର ଏ ବ୍ଲକରେ ରହିଥିଲେ । ସେଠାରୁ ୬ତମ ମହଲା ବାଲକୋନୀରୁ ଅସାବଧନତାରୁ ତଳକୁ ଖସିଯାଇଥିଲେ । ଏହାପରେ ତୁରନ୍ତ ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀମାନେ ତାଙ୍କୁ ଉଦ୍ଧାର କରି କ୍ୟାମ୍ପସରେ ଥିବା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥାର ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ହେଉଛି କି, ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସେହିପରି ଘଟଣା ସଂପର୍କରେ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ପୋଲିସକୁ ଅବଗତ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି କେଉଁଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଲା । ସେସଂପର୍କରେ ଖୋଳତାଡ କରୁଛି ପୋଲିସ ।