ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ସୁରକ୍ଷାକର୍ମୀ ମୃତ

0

ଓଡ଼ିଆ ନ୍ୟୁଜ୍: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ଭୟଙ୍କର ଆତଙ୍କବାଦୀ ବିସ୍ଫୋରଣ ହୋଇଛି। ଏହି ଆକ୍ରମଣରେ ୧୨ ପୋଲିସ କର୍ମୀ ନିହତ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ସଶସ୍ତ୍ର ଆତଙ୍କବାଦୀମାନେ ବାନୁ ଜିଲ୍ଲାର ଫତେଖେଲ ପୁଲିସ ଷ୍ଟେସନକୁ ଟାର୍ଗେଟ କରିଥିଲେ। ଫଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏଥିରେ ଅନେକ ଜୀବନ ଯାଇଛି। ଏହି ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶ ଏବଂ ପ୍ରଶାସନକୁ ଦୋହଲାଇ ଦେଇଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଶନିବାର ସୁରକ୍ଷା ବାହିନୀ ବାନୁ ଜିଲ୍ଲାର ଫତେହ ଖେଳ ପୋଲିସ ଷ୍ଟେସନ ଉପରେ ବଡ଼ ଆତ୍ମଘାତୀ ଆକ୍ରମଣକୁ ପଣ୍ଡ କରିଦେଇଥିଲେ। ଆତ୍ମଘାତୀ ବିସ୍ଫୋରଣ ସମୟରେ ସୁରକ୍ଷା ବାହିନୀ ବିସ୍ଫୋରକ ଭର୍ତ୍ତି ଗାଡିଟିକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ନଷ୍ଟ କରିଦେଇଥିଲେ।ସଶସ୍ତ୍ର ଆତଙ୍କବାଦୀମାନେ ପୁଲିସ ଷ୍ଟେସନକୁ ଘେରି ରହିଥିଲେ। ଭୟଙ୍କର ବିସ୍ଫୋରଣ ଯୋଗୁଁ ପୁଲିସ ଷ୍ଟେସନ ଚାରିପାଖରେ ଥିବା ଅନେକ ସାଧାରଣ ନାଗରିକଙ୍କ ଘର ଭାଙ୍ଗିରୁଜି ଯାଇଛି।

Leave A Reply

Your email address will not be published.