ଓଡ଼ିଆ ନ୍ୟୁଜ୍: ଦେଶବାସୀଙ୍କୁ ବଡ଼ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦି। ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶବାସୀ ଏକତ୍ରିତ ହେବାକୁ ପରାମର୍ଶ। ଦେଶପ୍ରେମ କେବଳ ଦେଶ ପାଇଁ ମରିବା ନୁହେଁ, ଦେଶ ପାଇଁ ବଞ୍ଚିବା। ଅଧିକ ବିଦେଶ ଯାତ୍ରାରୁ ନିବୃତ୍ତ ରହିବାକୁ କହିଲେ ମୋଦି। ବର୍ଷେ ପର୍ଯ୍ୟନ୍ତ ସୁନା ଗହଣା ନ କିଣିବାକୁ ମୋଦିଙ୍କ ଆହ୍ୱାନ। ରାସାୟନିକ ସାର ବ୍ୟବହାର ନ କରି ଜୈବିକ ପଦ୍ଧତିରେ ଚାଷ କର। ଖାଦ୍ୟରେ ତେଲ ବ୍ୟବହାର ହ୍ରାସ କରିବାକୁ ପରାମର୍ଶ। ପେଟ୍ରୋଲ୍ ଓ ଡିଜେଲ୍ ବ୍ୟବହାର କମ୍ କର: ମୋଦି। ଜରୁରୀ ନଥିଲେ ଅଫିସ୍ ନ ଯାଇ ଘରେ ରହି କାମ କରନ୍ତୁ।
ଏମିତିକି ଘରୋଇ ଉତ୍ସବ ଅନୁଷ୍ଠାନରେ ମଧ୍ୟ ସୁନା ନ କିଣିବାକୁ ପରାମର୍ଶ ଦେଲେ । ସେହିପରି ଖାଦ୍ୟରେ ତେଲ, ଚାଷରେ ରାସାୟନିକ ସାର ବ୍ୟବହାର ନକରି ଜୈବିକ ପଦ୍ଧତିରେ ଚାଷ କର ବୋଲି କହିଲେ । ଚାକିରୀ ପାଇଁ ଏକ ବର୍ଷ ଯାଏଁ ବିଦେଶ ଯାତ୍ରାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଲେ । ୱାର୍କ ଫ୍ରମ ହୋମ୍ କାର୍ଯ୍ୟକାରୀ କରିବାକୁ ଆହ୍ବାନ ଦେଲେ । ଆମକୁ ବିଦେଶୀ ମୁଦ୍ରା ସଞ୍ଚୟ କରି ରଖିବାକୁ ପଡ଼ିବ ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦି । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଶବାସୀ ଏକତ୍ରିତ ହୋଇ ରୁହନ୍ତୁ । ସମସ୍ତଙ୍କ ଛୋଟ ପ୍ରୟାସ ଦେଶକୁ ବଡ଼ ଲାଭ ଦେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।