ସୃଷ୍ଟି ହେଲା ଲଘୁଚାପ

0

ଓଡ଼ିଆ ନ୍ୟୁଜ୍: ବଙ୍ଗୋପସାଗରରେ ବାତ୍ୟା ! ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର ,୪୮ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।

ସୋମବାର କାଳବୈଶାଖୀ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ୧୨ ଓ ୧୩ ତାରିଖରେ ମଧ୍ୟ ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ। ଆଜି ରାଜ୍ୟର ସବୁଠି ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା । ନୂଆପଡ଼ାରେ ସର୍ବାଧିକ ୩୯ ଓ ସୋନପୁରରେ ୩୮.୮ ଡିଗ୍ରୀ ରେକର୍ଡ ହୋଇଥିଲା । ଅପରାହ୍ନରେ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ବର୍ଷା ହୋଇଛି।

Leave A Reply

Your email address will not be published.