ଓଡ଼ିଆ ନ୍ୟୁଜ୍: ଆଜିଠୁ ପୁଣି ଥରେ ଖୋଲିବ ବଡ଼ଦେଉଳ ରତ୍ନ ଭଣ୍ଡାର। ଭିତର ରତ୍ନଭଣ୍ଡାର ଖୋଲି ଅଧା ରହିଥିବା ଗଣତିମଣତି ପ୍ରକ୍ରିୟା ପୁଣି ଆଗେଇବ। ମେ୧୧ ତାରିଖ ଏବଂ ୧୨ ତାରିଖରେ ଗଣତି ଚାଲୁ ରହିବ । ବାହାର ଚନ୍ଦନ ଯାତ୍ରାର ନୀତି ବହୁଳତା ଓ ଅନ୍ୟ ବିଭିନ୍ନ କାରଣରୁ ଗଣତିମଣତି କିଛି ଦିନ ହେବ ବନ୍ଦ ରହିଥିଲା । ସେପଟେ ଭିତର ଭଣ୍ଡାର ଗଣତି ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ଏସ୍ଓପି ଆଧାରରେ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।
ପୂର୍ବରୁ ୯ ଦିନ ଧରି ଗଣତିମଣତି ଚାଲିଥିଲା । ଦଶମ ଦିନ ନିମନ୍ତେ ଗଣତିମଣତି କାମ ଆଗେଇବ । ଭିତର ଭଣ୍ଡାରରେ ପ୍ରାୟ ୧୨୦ରୁ ଅଧିକ ପ୍ରକାରର ରତ୍ନ ଅଳଙ୍କାର ଗଣତିମଣତି ହୋଇଥିଲା । ଅର୍ଥାତ୍ ଭିତର ଭଣ୍ଡାରରେ ପ୍ରାୟ ୨୦ ପ୍ରତିଶତ ଗଣତିମଣତି କାର୍ଯ୍ୟ ସରିଛି । ୯ ଦିନର ଗଣତିରୁ ଭିତର ଭଣ୍ଡାରରେ ୪ ଦିନ ଧରି ଗଣତିମଣତି ହୋଇଥିଲା ।