ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ କରିବା: ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ସୋମନାଥ ଅମୃତ ପର୍ବରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଜଳାର୍ପଣ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ କରିବାକୁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ। ଆଜି ଆଧ୍ୟାତ୍ମିକ ଆକାଶରେ ନୂଆ ସୂର୍ଯ୍ୟୋଦୟ ହୋଇଛି- ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦି ବିକାଶ ଓ ବିରାସତ୍‌ର ମନ୍ତ୍ର ଦେଇଛନ୍ତି। ସୋମନାଥ ମନ୍ଦିରରୁ ଆମକୁ ଦୁଇଟି ଶିକ୍ଷା ମିଳିଛି; ଧୈର୍ଯ୍ୟ ଓ ଆତ୍ମସମ୍ମାନ। ବାରମ୍ବାର ଆକ୍ରମଣ ସତ୍ତ୍ବେ ସୋମନାଥ ମନ୍ଦିର ସଗର୍ବେ ଛିଡ଼ା ହୋଇଛି। ସେହିପରି ଅସ୍ମିତାକୁ ନେଇ ଆମକୁ ବି ଆଗକୁ ବଢ଼ିବାକୁ ହେବ। ରାଜ୍ୟର ପ୍ରତ୍ୟେକଟି ମନ୍ଦିର ଓ ଐତିହ୍ୟର ପୁନରୁଦ୍ଧାର ଓ ବିକାଶ କରିବା।ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ କରିବାକୁ ଉଦ୍ୟମ କରିବା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ସଂସ୍କୃତିର ପ୍ରତୀକ ଶ୍ରୀ ସୋମନାଥ ଜ୍ୟୋତିର୍ଲିଙ୍ଗଙ୍କ ୧୦୦୦ ବର୍ଷର ଗୌରବମୟ ଇତିହାସ ଏବଂ ମନ୍ଦିରର ପୁନରୁଦ୍ଧାରର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜି ସାରା ଦେଶରେ ପାଳିତ ହେଉଛି “ସୋମନାଥ ସ୍ୱାଭିମାନ ପର୍ବ” । ଏହି ଐତିହାସିକ ଅବସର, ଭାରତୀୟ ସଭ୍ୟତାର ପୁନର୍ଜନ୍ମର କାହାଣୀ, ଗୌରବର ଗାଥା । ଯାହାକୁ ରକ୍ଷା କରିବା ପାଇଁ ହଜାର ହଜାର ସନାତନୀ ନିଜ ପ୍ରାଣ ବଳି ଉତ୍ସର୍ଗ କରିଛନ୍ତି | ଏହାକୁ ନଷ୍ଟ କରିବା ଲାଗି ବାରମ୍ବାର ଚେଷ୍ଟା ହୋଇଛି | ହେଲେ ସେହି ସନାତନୀଙ୍କ ପାଇଁ ଆଜି ତାହା ବଞ୍ଚିରହିଛି ।

ସୋମନାଥଙ୍କ ଇତିହାସ ଆମକୁ ଶିଖାଏ ଧର୍ଯ୍ୟ ଏବଂ ଆତ୍ମସମ୍ମାନ । ବାରମ୍ବାର ଆକ୍ରମଣ ସତ୍ୱେ ସଗର୍ବରେ ଆଜି ଵି ଠିଆ ହୋଇଛି ସୋମନାଥ ମନ୍ଦିର । ସେହିଭଳି ଆମ ସଂସ୍କୃତି, ପରମ୍ପରାକୁ ନେଇ ଆମକୁ ଆଗକୁ ବଢିବାକୁ ପଡ଼ିବ । ପ୍ରଭୁ ଲିଙ୍ଗରାଜଙ୍କ ଭୂମିରୁ ମୁଁ ପ୍ରଭୁ ସୋମନାଥଙ୍କୁ ପ୍ରଣାମ ଜଣାଉଛି ।

Leave A Reply

Your email address will not be published.