ରାୟଗଡ଼ା ଥାନା ଆଗରେ ଶବ ଶୋଭାଯାତ୍ରା

0

ଓଡ଼ିଆ ନ୍ୟୁଜ୍: ରାୟଗଡ଼ା ଥାନା ଆଗରେ ଶବ ଶୋଭାଯାତ୍ରା କରି ହତ୍ୟାର ପ୍ରତିବାଦ। ଶନିବାର ଅପହରଣ ଓ ରବିବାର ନଦୀ ପଠାରେ ମିଳିଥିଲା ମୃତଦେହ। ଅପହରଣ ଓ ହତ୍ୟାକାରୀଙ୍କୁ ପୋଲିସ ଧରିବାରେ ବିଳମ୍ବ ପାଇଁ ପ୍ରତିବାଦ। ଅପହରଣ ନେଇ ପୋଲିସକୁ ଅବଗତ ସତ୍ତ୍ବେ ପଦକ୍ଷେପ ନେଇ ନ ଥିବା ଅଭିଯୋଗ। ଶବ ଶୋଭାଯାତ୍ରା ବେଳେ ରାସ୍ତାରେ ଏକ ବାଇକ୍‌ ଜାଳିଦେଲେ।ପରେ ମୃତକଙ୍କ ବାଇକ୍ ପୋଡ଼ି ପ୍ରତିବାଦ କଲେ। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ଚେତାବନୀ ଦେଇଛନ୍ତି ମୃତକଙ୍କ ପିତା ହାଡାପା ଶିବା। ନହେଲେ ବଡ଼ ଧାରଣା ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ରାୟଗଡ ସହରରେ ଶନିବାର ରାତିରେ ନିଖିଲ ନାମକ ଜଣେ ୧୮ ବର୍ଷୀୟ ଯୁବକକୁ କିଛି ଅଜଣା ଦୁର୍ବୃତ୍ତ ମାନେ ଇନ୍ଦିରା ନଗର ତୃତୀୟ ଗଳିରେ ଗୁଳି କରି ଏକ ବୋଲେରୋ ଗାଡିରେ ଅପହରଣ ପରେ ହତ୍ୟା କରିଥିବା ଘଟଣାକୁ ନେଇ ରାୟଗଡ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦାମାନେ ରବିବାର ପୂର୍ବାହ୍ନରୁ ରାୟଗଡା ଥାନା ଘେରାଉ କରିଥିଲେ। ଗତକାଲି ରାତିରେ ଶବ ବ୍ୟବଚ୍ଛେଦ ପରେ ପୁଲିସ ଶବକୁ ହସ୍ତାନ୍ତର କରିଥିଲା।

Leave A Reply

Your email address will not be published.