ଓଡ଼ିଆ ନ୍ୟୁଜ୍: ମୁଖ୍ୟମନ୍ତ୍ରୀ ହେବା ପରେ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ନିଷ୍ପତ୍ତି। ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା। ୪୫ ଦିନ ଭିତରେ ଜମି ଯୋଗାଇ ଦେବାକୁ ଘୋଷଣା କଲେ। ୪୫ ଦିନ ଭିତରେ ସମଗ୍ର ଅଞ୍ଚଳ BSF ଅଧୀନରେ ରହିବ। ୮୬୪ କିମି ଦୀର୍ଘ ସୀମାନ୍ତ ଏଯାବତ ତାରବାଡ଼ ହୋଇ ପାରି ନଥିଲା। ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ଜମି ଦେଉ ନ ଥିବାରୁ ତାରବାଡ଼ ହୋଇପାରୁ ନଥିଲା। ଫଳରେ ବାଂଲାଦେଶ ପଟୁ ଦେଶକୁ ଅନୁପ୍ରବେଶ ମାତ୍ରା ଅଧିକ ହେଉଥିଲା।
ପ୍ରଥମ କ୍ୟାବିନେଟ୍ ବୈଠକରେ ହିଁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ମଧ୍ୟରୁ ଗୋଟିଏ ଥିଲା 45 ଦିନ ମଧ୍ୟରେ ସୀମାରେ ଥିବା ଜମି ସୀମା ସୁରକ୍ଷା ବାହିନୀ (BSF)କୁ ହସ୍ତାନ୍ତର କରିବା।
ସୋମବାର ନୂତନ ପଶ୍ଚିମବଙ୍ଗ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ଅଗ୍ନିମିତ୍ର ପାଉଲ୍, ଖୁଦିରାମ ଟୁଡୁ, ଅଶୋକ କୀର୍ତ୍ତନିଆ ଏବଂ ନିଶିତ ପରମାଣିକ ଉପସ୍ଥିତ ଥିଲେ। ବୈଠକ ପରେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ।ସେ ବଙ୍ଗର ଭୋଟରମାନଙ୍କୁ ସାଲ୍ୟୁଟ୍ କରିଥିଲେ ଏବଂ ପୋଲିଂ କର୍ମଚାରୀ, ରାଜ୍ୟ ପୋଲିସ, କୋଲକାତା ପୋଲିସ ଏବଂ ସମସ୍ତ ରାଜନୈତିକ ଦଳ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।