ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି କଂଗ୍ରେସର ଆନ୍ଦୋଳନ। କଂଗ୍ରେସର କମିଶନରେଟ୍ ପୋଲିସ କାର୍ଯ୍ୟାଳୟ ଘେରାଉ। ଘେରାଉ ସହ ପୋଲିସ ଉପରକୁ ଟମାଟୋ ମାଡ଼ କଲା କଂଗ୍ରେସ।ଏପିରିକି ଆନ୍ଦୋଳନ ସମୟରେ ପୋଲିସ ଉପରକୁ ଟମାଟୋ ମାଡ କରିଛନ୍ତି କଂଗ୍ରେସ କର୍ମୀ। ସିପି ଅଫିସ ବାହାର ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି ।
ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଗୋଟିଏ ସପ୍ତାହରେ କଣାସ-ବାଲିଅନ୍ତା-ବାଲିପାଟଣାରେ ୩ଟି ଭିଡ଼ହତ୍ୟା ବା ମବ୍-ଲିଂଚିଂ ଘଟିଛି । ଯାହା ପ୍ରମାଣ କରୁଛି ଯେ ଲୋକେ ନିଜ ହାତକୁ ଶାସନ ବ୍ୟବସ୍ଥାକୁ ନେଇସାରିଲେଣି। ସର୍ବସମ୍ମୁଖରେ ବାରମ୍ବାର ମଧ୍ୟଯୁଗୀୟ ବର୍ବରତା ଘଟିଚାଲିଥିଲେ ମଧ୍ୟ ସରକାର ମୁଖ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନେଉନଥିବା ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅରାଜକତାକୁ ରୋକିବାରେ ବିଫଳତା ହୋଇଛନ୍ତି । ତେଣୁ ସେ ନିଜ ସରକାରର କାମକୁ ନେଇ ଆତ୍ମସମୀକ୍ଷା କରନ୍ତୁ । ପୋଲିସର ସ୍ଥାଣୁତାକୁ ନେଇ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୋଲିସ କମିସନରେଟ ଘେରାଉ କରାଯାଇଛି। ରବିବାର କଂଗ୍ରେସ ଭବନରେ ପ୍ରେସମିଟ୍ କରି ପିସିସି ସଭାପତି ସରକାରଙ୍କ ଉପରେ ବର୍ଷିଥିଲେ।