ପେଟ୍ରୋଲିୟମ୍ ଉତ୍ପାଦ ଅଭାବ ନାହିଁ: ରାଜନାଥ ସିଂ

0

ଓଡ଼ିଆ ନ୍ୟୁଜ୍: ଦେଶରେ ପେଟ୍ରୋଲିୟମ୍ ଉତ୍ପାଦର ଅଭାବ ନାହିଁ।IGoM ପରେ ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।ବ୍ୟବହାର କମାଇବାକୁ ଅନ୍ୟ ଦେଶ ନିଷ୍ପତ୍ତି ନେଇଛନ୍ତି, ଭାରତ କରିନି। ଭାରତ ପାଖରେ ୬୦ ଦିନର ଅଶୋଧିତ ତେଲ ମହଜୁଦ ରହିଛି। ୬୦ ଦିନର ନ୍ୟାଚୁରାଲ୍ ଗ୍ୟାସ୍, ୪୫ ଦିନର ଏଲ୍‌ପିଜି ରୋଲିଂ ଷ୍ଟକ୍‌ ଅଛି। ବିଦେଶୀ ମୁଦ୍ରା ଭଣ୍ଡାରରେ ୭୦୩ ବିଲିୟନ୍ ଡଲାର, ଯାହା ଭଲ ସ୍ଥିତିରେ ରହିଛି। କୌଣସି ପ୍ରକାର ଚିନ୍ତା କରିବାର ଆବଶ୍ୟକତା ନାହିଁ- ରାଜନାଥ।

ଗୋଟିଏ ପଟେ ସରକାର ଦେଶରେ ଅଶୋଧିତ ତୈଳ, ଗ୍ୟାସ୍ ଓ ଏଲପିଜି ପର୍ଯ୍ୟାପ୍ତ ମହଜୁଦ ଥିବା କହୁଛନ୍ତି, ଅନ୍ୟପଟେ ସରକାରୀ ତେଲ କମ୍ପାନିଗୁଡ଼ିକ ପ୍ରବଳ କ୍ଷତି ସହୁଛନ୍ତି । ତେଣୁ ଆାଗାମୀ ଦିନରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧିର ସମ୍ଭାବନା ରହିଛି । ବିଭିନ୍ନ ମିଡିଆ ରିପୋର୍ଟ ଅନୁସାରେ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଲିଟର ପିଛା ପ୍ରାୟ ୫ ଟଙ୍କା ବଢିପାରେ ।

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଇଣ୍ଡିୟନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ପରି ସରକାରୀ କମ୍ପାନି ପ୍ରତିଦିନ ପ୍ରାୟ ହଜାରେ କୋଟି ଟଙ୍କା କ୍ଷତି ସହୁଛନ୍ତି । ଇକୋନମିକ୍ସ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ଏହି କ୍ଷତିକୁ କମ କରିବା ପାଇଁ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟରେ ୫ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇପାରେ । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ, କମ୍ପାନିର ପୂରା କ୍ଷତି ଭରଣା କରିବା ପାଇଁ ଲିଟର ପିଛା ୧୫ରୁ ୨୦ ଟଙ୍କା ବୃଦ୍ଧି ଆବଶ୍ୟକ ହୋଇପାରେ । କିନ୍ତୁ ଏତେ ବଡ଼ ନିଷ୍ପତ୍ତି ସାଧାରଣ ଜନତା ଓ ଅର୍ଥବ୍ୟବସ୍ଥା ଉପରେ ଭାରୀ ପଡ଼ିପାରେ ।

Leave A Reply

Your email address will not be published.