ଏମ କେ ଷ୍ଟାଲିନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ବିଜୟ

0

ଓଡ଼ିଆ ନ୍ୟୁଜ୍: ତାମିଲନାଡୁରେ ବିଦାୟୀ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ବିଜୟ। DMK ବିଧାୟକ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଧ୍ୟ ଭେଟିଲେ। ଅଲବରପେଟ ସ୍ଥିତ ଷ୍ଟାଲିନଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପରେ ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ହୋଇଛି । ବିଧାନସଭା ନିର୍ବାଚନରେ ଟିଭିକେ ପ୍ରଥମ ଥର ନିର୍ବାଚନ ଲଢି ୧୦୮ ଆସନରେ ବିଜୟୀ ହୋଇଥିଲା । ବିଜୟ ରବିବାର ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ସୂଚନା ଅନୁସାରେ ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା । ବିଜୟ ନିଜ କାର୍ଯ୍ୟକାଳର ପ୍ରଥମ ଦିନରେ ସର୍ବପ୍ରଥମେ ଷ୍ଟାଲିନଙ୍କ ଘରକୁ ଯାଇଥିଲେ । ଏହି ସାକ୍ଷାତ ଏପରି ସମୟରେ ହୋଇଛି, ଯେତେବେଳେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଡିଏମକକୁ ଅପ୍ରତ୍ୟାଶିତ ଭାବେ କ୍ଷମତାରୁ ହଟାଇ ଟିଭିକେ ସରକାର ଗଠନ କରିଛି ।

Leave A Reply

Your email address will not be published.