ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ କାଡା ଡିଭିଜନ ଯନ୍ତ୍ରୀ । ଭିଜିଲାନ୍ସ ପକ୍ଷରୁ ଯନ୍ତ୍ରୀ ବିଜୟ ମହାନ୍ତିଙ୍କ ଘରେ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଚାଲିଛି । ଭୁବନେଶ୍ୱର, କେନ୍ଦୁଝର, ବାଲେଶ୍ୱରରେ ଚାଲିଛି ଚଢାଉ । ପୈତୃକ ଘର ସହ ଭଦ୍ରକ କାର୍ଯ୍ୟାଳୟରେ ମଧ୍ୟ ଚାଲିଛି ରେଡ୍ ।
ଖବର ଅନୁଯାୟୀ, ଆୟ ବହିର୍ଭତ ସଂପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲା କାଡା ଡିଭିଜନ୍ର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି। ଏହି ଚଢାଉରେ ୪ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି। ବିଜୟଙ୍କ ଭଦ୍ରକ ଟାଉନ ସ୍ଥିତ ତିନି ମହଲା ଘର, ବସ୍ତା ନରସିଙ୍ଗଡିହା ସ୍ଥିତ ଦୁଇ ମହଲା ଘର, ଭଦ୍ରକ ସ୍ଥିତ ଘର ଏବଂ ଭୁବନେଶ୍ଵର ମଳିପଡା ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି।