ଭିଜିଲାନ୍ସ ଜାଲରେ କାଡା ଡିଭିଜନ ଯନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ କାଡା ଡିଭିଜନ ଯନ୍ତ୍ରୀ । ଭିଜିଲାନ୍ସ ପକ୍ଷରୁ ଯନ୍ତ୍ରୀ ବିଜୟ ମହାନ୍ତିଙ୍କ ଘରେ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଚାଲିଛି । ଭୁବନେଶ୍ୱର, କେନ୍ଦୁଝର, ବାଲେଶ୍ୱରରେ ଚାଲିଛି ଚଢାଉ । ପୈତୃକ ଘର ସହ ଭଦ୍ରକ କାର୍ଯ୍ୟାଳୟରେ ମଧ୍ୟ ଚାଲିଛି ରେଡ୍ ।

ଖବର ଅନୁଯାୟୀ, ଆୟ ବହିର୍ଭତ ସଂପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲା କାଡା ଡିଭିଜନ୍‌ର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି। ଏହି ଚଢାଉରେ ୪ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି। ବିଜୟଙ୍କ ଭଦ୍ରକ ଟାଉନ ସ୍ଥିତ ତିନି ମହଲା ଘର, ବସ୍ତା ନରସିଙ୍ଗଡିହା ସ୍ଥିତ ଦୁଇ ମହଲା ଘର, ଭଦ୍ରକ ସ୍ଥିତ ଘର ଏବଂ ଭୁବନେଶ୍ଵର ମଳିପଡା ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି।

Leave A Reply

Your email address will not be published.