ପେଟ୍ରୋଲ ଡିଜେଲ ବ୍ୟବହାର ନେଇ ଆସିପାରେ ବଡ଼ ନିଷ୍ପତ୍ତି: ଅନୁ ଗର୍ଗ

0

ଓଡ଼ିଆ ନ୍ୟୁଜ୍: ପେଟ୍ରୋଲ ଡିଜେଲ ବ୍ୟବହାର ନେଇ ଆଜି ଆସିପାରେ ବଡ଼ ନିଷ୍ପତ୍ତି। ସରକାରୀ ସ୍ତରରେ କିଛି ବଡ ନିଷ୍ପତ୍ତି ନେଇ ପାରନ୍ତି ସରକାର। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଦେଲେ ସଂକେତ।ପଶ୍ଚିମ ଏସିଆରେ ଦେଖା ଦେଇଥିବା ଶକ୍ତି ସଙ୍କଟ ଏବଂ ଯୋଗାଣ ଶୃଙ୍ଖଳାରେ ବାଧା ଉପଜିବା ପରେ ଦେଶବାସୀଙ୍କୁ ଇନ୍ଧନ ବ୍ୟବହାର କମାଇବା, ଅନାବଶ୍ୟକ ସୁନା କ୍ରୟରୁ ଦୂରେଇ ରହିବା ଓ ବିଦେଶୀ ମୁଦ୍ରା ଭଣ୍ଡାରକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ | ଏଭଳି ସ୍ଥିତିରେ ବିଜେପି ଶାସିତ ରାଜ୍ୟ ସରକାର ମାନେ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଦେଶବାସୀଙ୍କୁ ଇନ୍ଧନ ବ୍ୟବହାର କମାଇବାକୁ ନିବେଦନ କରିଥିଲେ ପ୍ରଧାନମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସ୍ବାଗତ କରି ତାଙ୍କ କାରକେଡରେ ଯାଉଥିବା ଗାଡିସଂଖ୍ୟା ଅଧା କରିଦେଇଥିଲେ । କେବଳ ଆବଶ୍ୟକ ସ୍ଥଳରେ ଗାଡି ବ୍ୟବହାର କରି ଅନାବଶ୍ୟକ ବ୍ୟବହାର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହା ସହିତ ସୁନା ନକିଣିବା ଓ ଅନାବଶ୍ୟକ ବିଦେଶ ଗସ୍ତ ନକରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.