ଶୀଘ୍ର ଆସିବ ମୌସୁମୀ!

0

ଓଡ଼ିଆ ନ୍ୟୁଜ୍: ଏଥର ଶୀଘ୍ର ଆସିବ ମୌସୁମୀ । ଆସନ୍ତା ମେ ୨୬ ତାରିଖରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଘୋଷଣା କରିଛି ଭାରତୀୟ ପାଣିପାଗ ବିଭାଗ । ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ପାଞ୍ଚ ଦିନ ପୂର୍ବରୁ ଆସୁଛି ମୌସୁମୀ । ସାଧାରଣତଃ ଜୁନ୍ ୧ ତାରିଖରେ କେରଳରେ ମୌସୁମୀ ବାୟୁ ପ୍ରବେଶ କରିଥାଏ, ଯାହା ଭାରତରେ ଜୁନ୍ ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁର ଆରମ୍ଭକୁ ସୂଚାଇଥାଏ।

ପୂର୍ବରୁ ମଙ୍ଗଳବାର ଆଇଏମଡି ତରଫରୁ କୁହାଯାଇଥିଲା ଯେ, ଏହି ସପ୍ତାହ ଶେଷ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁବାକୁ ପାଗ ଅନୁକୂଳ ରହିଛି । ସାଧାରଣତଃ ମେ ୨୦ ତାରିଖରେ ଆଣ୍ଡାମାନ ନିକୋବର ଛୁଇଁଥାଏ ମୌସୁମୀ । ତାପରେ ଏହା ଧିରେ ଧିରେ ପଶ୍ଚିମ ଆଡକୁ ଗତି କରି ଭାରତ ଭୂଖଣ୍ଡ ଆଡକୁ ଅଗ୍ରସର ହୋଇଥାଏ । ତେଣୁ ଏଥର ଯେହେତୁ ଆଣ୍ଡାମାନକୁ ଶୀଘ୍ର ଛୁଇଁଛି ମୌସୁମୀ, ଭାରତକୁ ମଧ୍ୟ ଶୀଘ୍ର ଆସିବ ବୋଲି ଆକଳନ କରାଯାଉଛି।

Leave A Reply

Your email address will not be published.