ଓଡ଼ିଆ ନ୍ୟୁଜ୍: ୬ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ୫ଟି ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ସହ ଭାରତର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଏହା ଏକ ବଡ଼ କୂଟନୈତିକ ପଦକ୍ଷେପ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପ୍ରଥମେ ୟୁଏଇରୁ ଆରମ୍ଭ ହେବ । ଗସ୍ତର ପ୍ରଥମ ପର୍ଯ୍ୟାୟରେ ପିଏମ୍ ମୋଦି ଆବୁଧାବିରେ ପହଞ୍ଚି ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହୟାନଙ୍କୁ ଭେଟିବେ । ଶକ୍ତି ସୁରକ୍ଷା, ବାଣିଜ୍ୟ ଏବଂ ପ୍ରାୟ ୪୫ ଲକ୍ଷ ଭାରତୀୟ ପ୍ରବାସୀଙ୍କ କଲ୍ୟାଣ ନେଇ ଆଲୋଚନା କରିବେ । ୟୁଏଇ ଭାରତର ତୃତୀୟ ବୃହତ୍ତମ ବାଣିଜ୍ୟିକ ଭାଗିଦାରୀ । ଏଠାରେ ନୂତନ ଶକ୍ତି ଚୁକ୍ତି ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି ।
ରବ୍ ଜେଟେନଙ୍କ ନିମନ୍ତ୍ରଣ କ୍ରମେ ମୋଦି ନେଦରଲ୍ୟାଣ୍ଡ ଗସ୍ତ କରିବେ । ପ୍ରତିରକ୍ଷା, ସେମିକଣ୍ଡକ୍ଟର, ଗ୍ରୀନ ହାଇଡ୍ରୋଜେନ ଏବଂ ଜଳ ପରିଚାଳନା ପ୍ରସଙ୍ଗ ଉପସ୍ଥାପନା ହେବ । କିଙ୍ଗ ୱିଲେମ-ଆଲେକ୍ସଜାଣ୍ଡାରଙ୍କ ସହ ସାକ୍ଷାତକାର ଏବଂ ବାଣିଜ୍ୟିକ ନିବେଶ ଉପରେ ଗୁରୁତ୍ୱାରୋପ ହେବ