ତରଭୁଜ ଖାଇ ଜୀବନ ଗଲା!

0

ଓଡ଼ିଆ ନ୍ୟୁଜ୍: ତରଭୁଜ ଖାଇ ପରିବାରର ଜଣେ ମୃତ ସୂଚନା, ୫ ଅସୁସ୍ଥ। କଟକରେ ଚିକିତ୍ସାଧୀନ ଅବସ୍ଥାରେ ୧୩ ବର୍ଷୀୟ ନାବାଳକ ମୃତ। ପଟ୍ଟାମୁଣ୍ଡାଇ କୁପୁଣି ଗାଁର ଗୋଟିଏ ପରିବାର ଖାଇଥିଲେ ତରଭୁଜ।ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁପୁଣି ଗାଁରେ । ମୃତ ଶିଶୁ ପଞ୍ଚାନନ ସେନାପତିଙ୍କ ଏକମାତ୍ର ପୁଅ ସ୍ଵାଧୀନ ସେନାପତି ବୋଲି ଜଣାପଡିଛି l ତେବେ ଏହି ପରିବାରର ଅନ୍ୟ ୪ ଜଣ ସଦସ୍ୟ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ସେମାନଙ୍କ ମଧ୍ୟରୁ ୩ ଜଣ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବେଳେ ଛଣେ କଟକ ସ୍ଥାନାନ୍ତର ହୋଇଛନ୍ତି l

ତେବେ ସ୍ଵାଧୀନ କଟକରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି l ପରିବାରର ମୁଖ୍ୟ ଅନନ୍ତ ଚରଣ ସେନାପତି, ପଞ୍ଚାନନ ସେନାପତି ଓ ସ୍ଵାଗତିକା ସେନାପତି କେନ୍ଦ୍ରାପଡାରେ ଚିକିତ୍ସିତ ହେଉଥିବା ବେଳେ ବବୃବାହନ ସେନାପତି ଓ ସ୍ଵଧୀନ ସେନାପତି କଟକ ଯାଇଥିଲେ ଚିକିତ୍ସିତ ହେବା ପାଇଁ l ପଞ୍ଚାନନଙ୍କର ଏକମାତ୍ର ପୁଅ ସ୍ବାଧିନଙ୍କର ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି ଘଟଣା ଏବେ କେନ୍ଦ୍ରାପଡାରେ ଚାଞ୍ଚଲ୍ୟ ଖେଲାଇ ଦେଇଛି।

Leave A Reply

Your email address will not be published.