ଇତିହାସ, ଭୂଗୋଳରୁ ଲିଭିଯିବ ପାକିସ୍ତାନ: ସେନା ମୁଖ୍ୟ

0

ଓଡ଼ିଆ ନ୍ୟୁଜ୍: ଇତିହାସ, ଭୂଗୋଳରୁ ପାକିସ୍ତାନ ଲିଭିଯିବ କହି ସେନା ମୁଖ୍ୟଙ୍କ ଚେତାବନୀ। ଏପରି ଚେତାବନୀ ଦେଲେ ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ। ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଓ ଭାରତ ବିରୋଧୀ କାର୍ଯ୍ୟକ୍ରମ କଲେ ହଜିଯିବ।ତେଣୁ ସେମାନେ ଇତିହାସ ଓ ଭୂଗୋଳରେ ରହିବେ ନା ନାହିଁ ସ୍ଥିର କରନ୍ତୁ।ଅପରେସନ ସିନ୍ଦୂରକୁ ବର୍ଷେ ପୂରିଛି । ଏକ କାର୍ଯ୍ୟକ୍ରମରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କହିଛନ୍ତି, ଇସଲାମବାଦ ଯଦି ଆତଙ୍କବାଦୀକୁ ଶରଣ ଦେଉଥିବା ଏବଂ ଭାରତ ବିରୋଧରେ ଷଡଯନ୍ତ୍ର କରେ, ତେବେ ସେ ନିଷ୍ପତ୍ତି ନେବ କି ଭୂଗୋଳରେ ରହିବ କି ଇତିହାସର ଅଂଶ ହେବ ।

ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ପଚରାଯାଇଥିଲା ଯେ, ଯଦି ଭବିଷ୍ୟତରେ ଅପରେସନ ସିନ୍ଦୁର ସମୟରେ ଘଟିଥିବା ପରିସ୍ଥିତି ପରି ପରିସ୍ଥିତି ସୃଷ୍ଟି ହୁଏ, ତେବେ ଭାରତୀୟ ସେନାର ପ୍ରତିକ୍ରିୟା କ’ଣ ହେବ । ଉତ୍ତରରେ ଦ୍ବିବେଦୀ କହିଥିଲେ, , ଇସଲାମବାଦ ଯଦି ଆତଙ୍କବାଦୀକୁ ଶରଣ ଦେଉଥିବା ଏବଂ ଭାରତ ବିରୋଧରେ ଷଡଯନ୍ତ୍ର କରେ, ତେବେ ସେ ନିଷ୍ପତ୍ତି ନେବ କି ଭୂଗୋଳରେ ରହିବ କି ଇତିହାସର ଅଂଶ ହେବ ।

ସେ ଆହୁରି ମଧ୍ୟ କହିଥିଲେ, ଯେକୌଣସି ସାମରିକ ଅଧିକାରୀଙ୍କ ପାଇଁ ସବୁଠାରୁ ବଡ଼ ଆନନ୍ଦର ସମୟ ହେଉଛି ଯେତେବେଳେ ତାଙ୍କ ସୈନିକମାନେ ତାଙ୍କୁ ସ୍ବୀକାର କରନ୍ତି ଏବଂ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରନ୍ତି । ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ସେନା ମୁଖ୍ୟ । ସେନା ମୁଖ୍ୟ ପୁଣିଥରେ ଆତଙ୍କବାଦୀ ବିରୋଧରେ ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ।ଗତବର୍ଷ ଭାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲା । ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ ଉଚିତ ଜବାବ ଦିଆଯାଇଥିଲା ।

Leave A Reply

Your email address will not be published.