ଓଡ଼ିଆ ନ୍ୟୁଜ୍: ଅଧିକ ସନ୍ତାନ ଜନ୍ମ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ଆନ୍ଧ୍ର ସରକାର। ଅଧିକ ସନ୍ତାନ ଜନ୍ମ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ଆନ୍ଧ୍ର ସରକାର।ଶ୍ରୀକାକୁଲମରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ଘୋଷଣା।ଖୁବଶୀଘ୍ର ଏ ସମ୍ପର୍କିତ ମାର୍ଗଦର୍ଶିକା ଅଣାଯିବ କହିଲେ ମୁଖ୍ୟମନ୍ତ୍ରୀ ନାଇଡୁ। ପୂର୍ବରୁ ଦ୍ବିତୀୟ ସନ୍ତାଜ ଜନ୍ମରେ ୨୫ ହଜାର ଟଙ୍କା ସହାୟତା ମିଳୁଥିଲା।
ନରସନ୍ନପେଟାରେ “ସ୍ୱର୍ଣ୍ଣ ଆନ୍ଧ୍ର – ସ୍ୱଚ୍ଛ ଆନ୍ଧ୍ର” କାର୍ଯ୍ୟକ୍ରମ ସମୟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ଜନସଂଖ୍ୟା ହ୍ରାସ ପାଉଥିବାରୁ ଚିନ୍ତା ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ପିଲାମାନଙ୍କୁ ବୋଝ ନୁହେଁ, ଦେଶ ସଂପତ୍ତି ବୋଲି ବିବେଚନା କରାଯାଉ । ଜନସଂଖ୍ୟା ବୃଦ୍ଧିକୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୂତନ ଘୋଷଣା କରି କହିଛନ୍ତି ଯେ, ପରିବାରଗୁଡ଼ିକୁ ସେମାନଙ୍କର ତୃତୀୟ ସନ୍ତାନର ଜନ୍ମ ପାଇଁ ୩୦ ହଜାର ଏବଂ ଚତୁର୍ଥ ସନ୍ତାନର ଜନ୍ମ ପାଇଁ ୪୦ ହଜାର ଟଙ୍କା ମିଳିବ।
ପୂର୍ବରୁ ମୁଁ ପରିବାର ନିୟୋଜନ ପାଇଁ ବିଭିନ୍ନ ଯୋଜନା ବିଷୟରେ କାମ କରୁଥିଲି, କିନ୍ତୁ ଆଜି ପରିସ୍ଥିତି ବଦଳି ଯାଇଛି । ଏବେ ପିଲାମାନେ ଆମର ସମ୍ପତ୍ତି, ଏବଂ ଆମକୁ ସେମାନଙ୍କ ଭବିଷ୍ୟତ ପାଇଁ କାମ କରିବାକୁ ପଡିବ । ଏହି ଚିନ୍ତାଧାରା ସହିତ ମୁଁ ନୂଆ ନିଷ୍ପତ୍ତି ନେଇଛି ।