ଅପରାଧୀଙ୍କ ପାଇଁ ଓଡ଼ିଶାରେ କୌଣସି ସ୍ଥାନ ନାହିଁ: ଡିଜିପି

0

ଓଡ଼ିଆ ନ୍ୟୁଜ୍: ଅପରାଧୀଙ୍କୁ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ କଡ଼ା ଚେତାବନୀ। ଅପରାଧୀଙ୍କ ପାଇଁ ଓଡ଼ିଶାରେ କୌଣସି ସ୍ଥାନ ନାହିଁ କହିଲେ ଡିଜିପି। ଅପରାଧ ଘଟାଇବା ପାଇଁ ଚିନ୍ତା କରୁଥିଲେ ଏନ୍‌କାଉଣ୍ଟର ପାଇଁ ପ୍ରସ୍ତୁତ ରୁହନ୍ତୁ। ୫ ଦିନରେ ସାରା ରାଜ୍ୟରେ ୧୭୦୦ରୁ ଊର୍ଦ୍ଧ NBW ଡ୍ରାଇଭ୍ କରାଯାଇଛି। ୬ ଜଣଙ୍କ ବିରୋଧରେ NSA ଲାଗିଛି, ୫୦ରୁ ଊର୍ଦ୍ଧ ଫେରାର ଅପରାଧୀ ଗିରଫ। ଗୁଇନ୍ଦା ଆଧାରରେ ଜେଲ୍ ଫେରାନ୍ତଙ୍କ ଉପରେ କଡ଼ା ନଜର ରଖାଯାଇଛି।

ସେ କହିଛନ୍ତି ଯେ, ଅପରାଧକୁ ଜିରୋ ଟୋଲରେନ୍ସ। ଅପରାଧୀଙ୍କ ପାଇଁ ଓଡ଼ିଶାରେ ସ୍ଥାନ ନାହିଁ । ଅପରାଧ ଘଟାଇବା ପାଇଁ ଯେଉଁମାନେ ଚିନ୍ତା କରୁଛନ୍ତି ବ୍ରହ୍ମପୁର ଓ ସମ୍ବଲପୁର ଭଳି ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହନ୍ତୁ। ଗତ ୫ ଦିନ ମଧ୍ୟରେ ସାରା ରାଜ୍ୟରେ ୧୭୭୧ ଜଣଙ୍କୁ NBW ଡ୍ରାଇଭ୍ କରାଯାଇଛି । ୬ ଜଣଙ୍କ ବିରୋଧରେ NSA ଲଗାଯାଇଛି । ୫୦ ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି । ସେହିଭଳି ଗୁଇନ୍ଦା ଆଧାରରେ ଜେଲ୍ ଫେରାନ୍ତଙ୍କ ଉପରେ କଡ଼ା ନଜର ରଖା ଯାଇଛି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରତ୍ୟେକ ଜିଲ୍ଲାର ଏସପି ଗ୍ରାଉଣ୍ଡ ଜିରୋରେ କାର୍ଯ୍ୟ କରୁଛନ୍ତି ।

ସେହିପରି ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ କଡା ନଜର ରହିଛି। ଖଣିଜ ଚୋରା ଚାଲାଣକାରୀଙ୍କୁ ଦୃଢ଼ ହସ୍ତରେ ଦମନ କରାଯାଉଛି । ଖଣି ମାଫିଆଙ୍କ ଉପରେ ନଜର ରହିଛି। ବେଆଇନ ଅସ୍ତ୍ର କାରବାର ରୋକିବାକୁ ୯ଟି ମାମଲା ରୁଜୁ ହୋଇଛି । ଗୋଚାଲାଣ କ୍ଷେତ୍ରରେ ମଧ୍ୟ ୫ଟି ମାମଲା ରୁଜୁ କରାଯାଇଛି। ସଡକ ସୁରକ୍ଷା କ୍ଷେତ୍ରରେ ମଧ୍ୟରେ ଅମାନିଆ ଡ୍ରାଇଭର ଓ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଗକୁ ଏହି ସ୍ପେଶାଲ ଡ୍ରାଇଭ ବଳବତ୍ତର ରହିବ ବୋଲି ଚେତାବନୀ ଦେଇଛନ୍ତି ଡିଜିପି।

Leave A Reply

Your email address will not be published.