ରାଜଧାନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

0

ଓଡ଼ିଆ ନ୍ୟୁଜ୍: ଥିରୁଅନନ୍ତପୁରମ-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ। ମଧ୍ୟପ୍ରଦେଶ ରତଲାମ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନ୍‌ରେ ଅଗ୍ନିକାଣ୍ଡ। ଭୋର୍ ସମୟରେ B-1 କୋଚ୍‌ରେ ଲାଗିଲା ନିଆଁ। କୋଚ୍‌ରେ ୬୮ ଯାତ୍ରୀ ଥିଲେ, ସମସ୍ତେ ସୁରକ୍ଷିତ ଉଦ୍ଧାର। ଅଗ୍ନିକାଣ୍ଡ ଯୋଗୁଁ ଦିଲ୍ଲୀ-ମୁମ୍ବାଇ ରୁଟ୍‌ରେ ଟ୍ରେନ୍ ଚଳାଚଳ ପ୍ରଭାବିତ।

ଘଟଣା କୋଟା ରେଳ ଡିଭିଜନ ଅନ୍ତର୍ଗତ ରତଲାମ ଜିଲ୍ଲାର ଆଲୋଟ ଷ୍ଟେସନ ନିକଟରେ ବିକ୍ରମଗଡ଼ ଆଲୋଟ ଷ୍ଟେସନ ମଧ୍ୟରେ ଘଟିଛି। ସୌଭାଗ୍ୟବଶତଃ, ସମସ୍ତ ଯାତ୍ରୀଙ୍କୁ ସମୟ ମଧ୍ୟରେ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। ଯାହା ଫଳରେ ଏକ ବଡ଼ ବିପର୍ଯ୍ୟୟ ଏଡାଇ ଯାଇଥିଲା। ବର୍ତ୍ତମାନ ଅଗ୍ନିକାଣ୍ଡ ଯୋଗୁଁ ଦିଲ୍ଲୀ-ମୁମ୍ବାଇ ରେଳ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ବିଭିନ୍ନ ଷ୍ଟେସନରେ ଅନେକ ଟ୍ରେନ ଅଟକି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍ ଟି ଦ୍ରୁତ ଗତିରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସେତେବେଳେ ଟ୍ରେନ୍ ଗାର୍ଡ ଟ୍ରେନ୍ ରୁ ଧୂଆଁ ବାହାରୁଥିବା ଦେଖି ଇଞ୍ଜିନ୍ ଡ୍ରାଇଭରଙ୍କୁ ଏ ବିଷୟରେ ଜଣାଇଥିଲେ। ଏହା ପରେ ତୁରନ୍ତ, ଜରୁରୀକାଳୀନ ପରିସ୍ଥିତିରେ ଟ୍ରେନଟିକୁ ଟ୍ରାକରେ ଅଟକାଇ ଦିଆଯାଇଥିଲା ଏବଂ RPF କର୍ମଚାରୀମାନେ ଦାୟିତ୍ୱ ନେଇ ମାତ୍ର ୧୫ ମିନିଟ୍ ମଧ୍ୟରେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଯାଇଥିଲା।

Leave A Reply

Your email address will not be published.