ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର

0

ଓଡ଼ିଆ ନ୍ୟୁଜ୍: ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ମନୀଷ ସାହୁକୁ ଏନକାଉଣ୍ଟର। ବୁର୍ଲାରେ ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ମନୀଷ। ମନୀଷ ନାଁରେ ପୂର୍ବରୁ ୧୪ରୁ ଅଧିକ ଅପରାଧିକ ମାମଲା ରହିଛି। ପ୍ଲାନେଟୋରିୟମ ଛକରେ ଗାଡି ଚେକିଂ ବେଳେ ଖସିଯାଉଥିଲା। ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇବା ପରେ ଏନ୍‌କାଉଣ୍ଟର।

ଖବର ଅନୁଯାୟୀ, ସମ୍ବଲପୁର ବୁର୍ଲା ଫିସରୀ ଛକରେ ଦୁର୍ଦ୍ଦାନ୍ତ ଅପରାଧୀ ମନୀଷକୁ ପୋଲିସର ଏନକାଉଣ୍ଟର । ଅଭିଯୁକ୍ତର ଡାହାଣ ପାଦରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ଭୀମସାର ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ମନୀଷ ପ୍ରଥମେ ପୋଲିସ ଦଳ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା। ଜବାବରେ ପୋଲିସ ପକ୍ଷରୁ ଦୁଇ ରାଉଣ୍ଡ ନିୟନ୍ତ୍ରିତ ଗୁଳିଚାଳନା କରାଯାଇଥିଲା। ଏଥିରେ ଅଭିଯୁକ୍ତଙ୍କ ଡାହାଣ ପାଦରେ ଗୁଳି ବାଜିଥିଲା।ତେବେ ଅଭିଯୁକ୍ତ ମନୀଷ ନାଁରେ ଡକାୟତି, ଆର୍ମସ୍ ଆକ୍ଟ ଏବଂ କୋରେକ୍ସ ସମ୍ବନ୍ଧୀୟ ଅପରାଧ ସମେତ ୧୪ରୁ ଅଧିକ ଅପରାଧିକ ମାମଲା ରହିଛି | ଏହି ଘଟଣାରେ ମନୀଷର ତିନିଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏମାନଙ୍କ ଠାରୁ ଗୋଟିଏ ପିସ୍ତଲ, ଗୁଳି, ଗୋଟିଏ କାର, ୫ଟି ମୋବାଇଲ ଫୋନ ଏବଂ ୧୦ଟି କାର୍ଟୁନ କୋରେକ୍ସ ଜବତ କରିଛି ପୋଲିସ।

Leave A Reply

Your email address will not be published.