ଓଡ଼ିଆ ନ୍ୟୁଜ୍: ଆଫ୍ରିକୀୟ ଦେଶ କଙ୍ଗୋ ଓ ଉଗାଣ୍ଡାରେ ଇବୋଲାର ପ୍ରକୋପ। କେବଳ କଙ୍ଗୋରେ ୮୦ ଜଣଙ୍କ ମୃତ୍ୟୁ, ୨୪୬ଟି ସନ୍ଦିଗ୍ଧ ମାମଲା ଚିହ୍ନଟ। ଭୟଙ୍କର ପ୍ରକୋପ ପରେ ଏମର୍ଜେନ୍ସୀ ଘୋଷଣା କଲା WHO। ଇବୋଲାକୁ ବିଶ୍ବ ସ୍ବାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା କଲା WHO। ତେବେ ଇବୋଲା ବର୍ତ୍ତମାନ ସମୟ ପାଇଁ ମହାମାରୀ ନୁହେଁ କହିଲା WHO।
WHO କହିଛି, ଏହା ମାରାତ୍ମକ Zaire ଷ୍ଟ୍ରେନ୍ । ଏପର୍ଯ୍ୟନ୍ତ ଅନେକ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ କିଛି ଜଣଙ୍କ ମୃତ୍ୟୁ ହୋଇସାରିଛି । କଙ୍ଗୋ ସୀମାନ୍ତ ଉଗାଣ୍ଡା, ରୁୱାଣ୍ଡାକୁ ବି ଆଲର୍ଟ ଜାରି ହୋଇଛି । ଓଡ଼ିଶା ପାଇଁ ଚିନ୍ତାର କାରଣ ହେଉଛି, ପାଖାପାଖି ଅନେକ ଓଡ଼ିଆ କଙ୍ଗୋ ଓ ପଡ଼ୋଶୀ ଦେଶରେ କାମ କରନ୍ତି ।ତେବେ ବିଶେଷଜ୍ଞ କହୁଛନ୍ତି, ଇବୋଲା କୋଭିଡ୍ ଭଳି ବାୟୁରେ ବ୍ୟାପେନି । କେବଳ ଆକ୍ରାନ୍ତଙ୍କ ରକ୍ତ, ଝାଳ, ବାନ୍ତି, ଶରୀର ଫ୍ଲୁଇଡ୍ ସଂସ୍ପର୍ଶରେ ଆସିଲେ ବ୍ୟାପେ । କୋଭିଡ୍ ଭଳି କାଶ, ଛିଙ୍କରେ ବ୍ୟାପେନି । ଭାରତ ସରକାର ସବୁ ଆନ୍ତର୍ଜାତୀୟ ଏୟାରପୋର୍ଟରେ ଥର୍ମାଲ ସ୍କ୍ରିନିଂ ଓ ୨୧ ଦିନିଆ ସର୍ଭେଲାନ୍ସ ବାଧ୍ୟତାମୂଳକ କରିଛନ୍ତି । କଙ୍ଗୋ ଗଣତନ୍ତ୍ରର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଇବୋଲା ଆଉଟବ୍ରେକ୍ ଘୋଷଣା କରିଛି । ଏହା Zaire ଷ୍ଟ୍ରେନ, ଯାହା ସବୁଠୁ ମାରାତ୍ମକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ଧର କହିଛନ୍ତି ।