ମଝି ଆକାଶରେ ୨ବିମାନ ଧକ୍କା

0

ଓଡ଼ିଆ ନ୍ୟୁଜ୍: ମଝି ଆକାଶରେ ଆମେରିକାର ୨ ଯୁଦ୍ଧ ବିମାନ ମଧ୍ୟରେ ଧକ୍କା। ଆମେରିକୀୟ ନୌସେନାର ଏୟାର ସୋ’ ପ୍ରଦର୍ଶନ ବେଳେ ଅଘଟଣ। ଇଦାହୋ ଏୟାରବେସ୍‌ର ୨ ମାଇଲ୍ ଦୂରରେ ଘଟିଲା ଅଘଟଣ।

ଆମେରିକାର ଆଇଡାହୋ ସ୍ଥିତ ମାଉଣ୍ଟେନ୍ ହୋମ୍ ଏୟାରଫୋର୍ସ ବେସ୍ରେ ଚାଲିଥିବା ଏକ ଏୟାର ଶୋ’ ସମୟରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଆକାଶରେ କୌଶଳ ପ୍ରଦର୍ଶନ କରୁଥିବା ସମୟରେ ଆମେରିକା ନୌସେନାର ଦୁଇଟି ‘ଇଏ-୧୮ଜି ଗ୍ରୋଲର୍’ (EA-18G Growler) ଯୁଦ୍ଧ ବିମାନ ମଝି ଆକାଶରେ ପରସ୍ପର ସହ ଧକ୍କା ହୋଇଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଓଆସ୍ୱସ୍ତିର ବିଷୟ ହେଉଛି, ଦୁର୍ଘଟଣାର ମାତ୍ର କେଇ ସେକେଣ୍ଡ ପୂର୍ବରୁ ବିମାନରେ ଥିବା ସମସ୍ତ ୪ ଜଣ କ୍ରୁ ମେମ୍ବର (ପାଇଲଟ୍ ଓ ଅଫିସର) ସୁରକ୍ଷିତ ଭାବେ ବାହାରକୁ ଆସିବାରେ (Eject) ସଫଳ ହୋଇଛନ୍ତି।

ବିମାନ ଦୁଇଟି ଧ୍ୱଂସ ହୋଇ ସେହି ସ୍ଥାନରେ ହିଁ ବ୍ଲାଷ୍ଟ ହୋଇଯାଇଥିଲା। ଏୟାର ଶୋ’ ଦେଖୁଥିବା ହଜାର ହଜାର ଦର୍ଶକ ଏହି ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ। ଏହି ସମୟରେ ଆନାଉନ୍ସର ମଞ୍ଚରୁ ଲୋକଙ୍କୁ ଆଶ୍ୱାସନା ଦେଇ କହିଥିଲେ, “ଆମ ପାଇଁ ଭଲ ଖବର ଯେ, ଆମେ ଆକାଶରେ ୪ଟି ଯାକ ପାରାଚୁଟ୍ ସୁରକ୍ଷିତ ଭାବେ ଖୋଲିଥିବାର ଦେଖିଛୁ। ସମସ୍ତ କ୍ରୁ ମେମ୍ବର ସଫଳତାର ସହ ଇଜେକ୍ଟ କରିଛନ୍ତି ଏବଂ ସେମାନେ ଧୂଆଁ ବାହାରୁଥିବା ସ୍ଥାନରୁ ଏକ ମାଇଲ୍ ଦୂରରେ ଓହ୍ଲାଇଛନ୍ତି।” ପରବର୍ତ୍ତୀ ସମୟରେ ଆମେରିକା ନୌସେନା ମଧ୍ୟ ସମସ୍ତ ୪ ଜଣ ସାମରିକ ଅଧିକାରୀ ସୁରକ୍ଷିତ ଥିବା ନେଇ ସ୍ପଷ୍ଟ କରିଛି।

 

Leave A Reply

Your email address will not be published.