ଓଡ଼ିଆ ନ୍ୟୁଜ୍: ଭଗବାନପୁର ଡିପୋରେ ଆମ ବସ୍ କର୍ମଚାରୀଙ୍କ ଆନ୍ଦୋଳନ। ଭୁବନେଶ୍ୱର ସମେତ ୪୫ଟି ରୁଟ୍ରେ ୧୧୭ଟି ବସ୍ ସେବା ବନ୍ଦ। ସଠିକ୍ ସମୟରେ ଦରମା, EPF ଏବଂ ESI ସୁବିଧା ପ୍ରଦାନ ମୁଖ୍ୟ ଦାବି। ଗାଇଡ୍ଙ୍କ ସୁରକ୍ଷା ସହ ୪ ଦଫା ଦାବିରେ ଆନ୍ଦୋଳନ ଜାରି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ନ ଓହରିବାକୁ ଧମକ। ଆନ୍ଦୋଳନ ପ୍ରଭାବରେ ବର୍ତ୍ତମାନ ୪୫ଟି ରୁଟରେ ୧୧୭ଟି ଆମ ବସ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ହତଶନ୍ତ ହୋଇପଡ଼ିଛନ୍ତି। କର୍ମଚାରୀମାନଙ୍କ ପ୍ରଥମ ଦାବି ହେଉଛି ଠିକ୍ ସମୟରେ ଦରମା ପ୍ରଦାନ। ଦ୍ୱିତୀୟ ଦାବି ଭାବେ ସଠିକ୍ ସମୟରେ EPF ଓ ESI ସୁବିଧା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି । ତୃତୀୟ ଦାବି ଅନୁସାରେ, ପ୍ରତ୍ୟେକ କର୍ମଚାରୀଙ୍କୁ ୩୦ଟି ଡ୍ୟୁଟିରୁ ଅଧିକ କାମ ନ ଦେଇ ୨୬ଟି ଡ୍ୟୁଟି ଓ ୪ଟି ଛୁଟି ସୁନିଶ୍ଚିତ କରିବା ସହ ଏହାକୁ ଲିଖିତ ଆକାରରେ ଦେବାକୁ ଦାବି ହୋଇଛି ।
ସେହିପରି FC କିମ୍ବା FNC କେସ୍ରେ ଯାତ୍ରୀଙ୍କ ଜରିମାନା କମ୍ ଥିଲେ ମଧ୍ୟ କର୍ମଚାରୀଙ୍କୁ ୫ ହଜାର ଟଙ୍କା ଜରିମାନା ଓ ୫ ଦିନ ଡ୍ୟୁଟି ବନ୍ଦ ଭଳି କଠୋର ପଦକ୍ଷେପ ନେଉଥିବାରୁ ଏହାର ସମାଧାନ ପାଇଁ ମଧ୍ୟ ସେମାନେ ଦାବି ଉଠାଇଛନ୍ତି । ଦାବି ପୂରଣ ନହେଉଅ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀମାନେ ସ୍ପଷ୍ଟ କରିଛନ୍ତି । ଏନେଇ ପ୍ରତିବାଦ ରେ ବସିଥିବା କର୍ମଚାରୀ ମାନଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ୱର ରିପୋର୍ଟର ଶ୍ରୀଧର ଆଚାର୍ଯ୍ୟ ।