ଆସନ୍ତା ୨୦ ତାରିଖରେ ଯୁକ୍ତ ଦୁଇ ରେଜଲ୍ଟ: ନିତ୍ୟାନନ୍ଦ ଗଣ୍ଡ

0

ଓଡ଼ିଆ ନ୍ୟୁଜ୍: ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା। ଦିନ ୧୨ଟା ୩୦ ରୁ ୧ଟା ରେ CHSE ପରିସରରେ ପ୍ରକାଶ ପାଇବ ଫଳ। ଏହାପରେ CHSE ୱେବସାଇଟରେ ଉପଲବ୍ଧ ହେବ। ଏକା ସାଙ୍ଗରେ ୪ ଟି ଯାକ ବିଭାଗର ରେଜଲ୍ଟ ପ୍ରକାଶ ପାଇବ ରେଜଲ୍ଟ। ମୋଟ ୪ଲକ୍ଷ ୧୬ ସହ ୨୩ ପିଲା ସମସ୍ତ ବିଭାଗରେ ପରୀକ୍ଷା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଗତ ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ପାଖାପାଖି ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କଳାରେ ସର୍ବାଧିକ ୨ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬ ଓ ଧନ୍ଦାମୂଳକରେ ୫ହଜାର ୭୨୧ଜଣ ପରୀକ୍ଷା ଦେଇଥିଲେ।

Leave A Reply

Your email address will not be published.