ଓଡ଼ିଆ ନ୍ୟୁଜ୍: ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ। ୟୁକ୍ରେନ୍ର ଡ୍ରୋନ୍ ମାଡ଼ରେ ଟଳିପଡ଼ିଲେ ଓଡ଼ିଆ ଯୁବକ।ମୃତକ ଗଞ୍ଜାମ ଚିକିଟି ବ୍ଲକ ମାଧବନ୍ଧ ଗାଁର ଏ. ରାମେୟା।ମାସେ ତଳେ କାମ କରିବାକୁ ରୁଷିଆ ଯାଇଥିଲେ ରାମେୟା। ଏନେଇ ସ୍ପଷ୍ଟ କଲେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍। ଭାରତୀୟ ଦୂତାବାସ ସହ କଥାବାର୍ତ୍ତା ଚାଲିଛି କହିଲେ ଜିଲ୍ଲାପାଳ। ମୃତଦେହ ଫେରାଇ ଆଣିବାକୁ ଚେଷ୍ଟା ଚାଲିଛି।
ଭାରତୀୟ ଦୂତାବାସ ସହ କଥାବାର୍ତ୍ତା ଚାଲିଥିବା ଜିଲ୍ଲାପାଳ କହିଛନ୍ତି । ଏ. ରାମେୟାଙ୍କ ମୃତଦେହ ଫେରାଇ ଆଣିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଚେଷ୍ଟା କରୁଛି । ତେବେ ଏ ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । କେବେ ରମେୟାଙ୍କ ମୃତଦେହ ଫେରୁଛି ତା ଉପରେ ରହିଛି ନଜର ।
ଉଲ୍ଲେଖଯୋଗ୍ୟ ଯେ, ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍ ରବିବାର ଜୋରଦାର ଡ୍ରୋନ୍ ଆକ୍ରମଣ କରିଥିଲା । ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଅନେକ ଆହତ ହୋଇଥିଲେ । ଆକ୍ରମଣରେ ଜଣେ ଭାରତୀୟ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଥିଲା । ଦୂତାବାସ ଅଧିକାରୀ ମାନେ ଆକ୍ରମଣସ୍ଥଳ ପରିଦର୍ଶନ କରିବା ସହ ହସ୍ପିଟାଲ ଯାଇ ଆହତ ଭାରତୀୟ କର୍ମଚାରୀଙ୍କୁ ଭେଟିଥିଲେ । ଭାରତୀୟ କର୍ମଚାରୀଙ୍କ ମୃତ୍ୟୁରେ ଦୂତାବାସ ପକ୍ଷରୁ ଶୋକବ୍ୟକ୍ତ କରାଯାଇଥିଲା ।