ସୌମ୍ୟ ହତ୍ୟା ମାମଲା…ସବୁ ଅଭିଯୁକ୍ତ ଚିହ୍ନଟ: କ୍ରାଇମବ୍ରାଞ୍ଚ୍ DG

0

ଓଡ଼ିଆ ନ୍ୟୁଜ୍: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସବୁ ଅଭିଯୁକ୍ତ ଚିହ୍ନଟ। ସୂଚନା ଦେଲେ କ୍ରାଇମବ୍ରାଞ୍ଚ୍ DG ବିନୟତୋଷ ମିଶ୍ର। ସମସ୍ତଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚ୍ ଟିମ୍ ଚଢାଉ ଜାରି ରଖିଛି। ପରିବାର ଲୋକ କଣ ଅଭିଯୋଗ କରୁଛନ୍ତି ସେ ବିଷୟରେ ଜଣାନାହିଁ। ସୌମ୍ୟ ପରିବାରକୁ ନ୍ୟାୟ ଦେବା ପାଇଁ ସବୁସ୍ତରରୁ ତଦନ୍ତ ଚାଲିଛି। ଏଯାବତ ମୋଟ୍‌ ୧୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ଓ କ୍ରାଇମବ୍ରାଞ୍ଚ।

କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି, ନିଶ୍ଚିତ ସୌମ୍ୟଙ୍କ ମା’ ନ୍ୟାୟ ପାଇବେ । କ୍ରାଇମବ୍ରାଞ୍ଚ SPଙ୍କ ନତୃତ୍ୱରେ ଏବଂ DIG ଙ୍କ ତତ୍ୱାବଧାନରେ ମାମଲାକୁ ଅନୁଧ୍ୟାନ କରାଯାଉଛି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ।

ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ଅନେକ ଗୁଡ଼ିଏ ପ୍ରଶ୍ନ ଏବେବି ଅସମାହିତ ହୋଇ ରହିଛି । ସୌମ୍ୟଙ୍କର ମୃତ୍ୟୁ କେଉଁଠାରେ ହୋଇଥିଲା ସେନେଇ ପ୍ରଶ୍ନ ଉଠୁଥିବା ବେଳେ ଜଣାପଡିଥିଲା ଯେ ସୌମ୍ୟ ହସ୍ପିଟାଲ ପହଞ୍ଚିବା ବେଳକୁ ତାଙ୍କର ପଲ୍ସ୍, ବିପି ନଥିଲା । ପ୍ରଥମେ ନଜର ପକାଇବା ସେହି ପ୍ରଶ୍ନରେ ସୌମ୍ୟଙ୍କ ମୃତ୍ୟୁ କେଉଁଠି ହୋଇଥିଲା । ଭିଡ଼ ଆକ୍ରମଣ ସ୍ଥଳରେ ନା ପୋଲିସ ଆଣିବା ବେଳେ ନା ହସ୍ପିଟାଲରେ ପହଞ୍ଚିବା ପରେ । ସେଦିନ ସୌମ୍ୟଙ୍କୁ ଅକଥନୀୟ ମାଡ଼ ମରାଯିବା ଏବଂ ପରେ ତାଙ୍କୁ ପୋଲିସ ଉଦ୍ଧାର କରି ଆଣିବା ପରେ କ’ଣ ଘଟିଥିଲା । ସୌମ୍ୟଙ୍କୁ ସିଧା କ୍ୟାପିଟାଲ ହସ୍ପିଟାଲ ଅଣାଯାଇନଥିଲା ବରଂ ତାଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।

Leave A Reply

Your email address will not be published.