ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

0

ଓଡ଼ିଆ ନ୍ୟୁଜ୍: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନଶିକ୍ଷକ। ମହାକାଳପଡ଼ା ଯୁଗରୁପା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ ରଘୁନାଥ ଦାସ। ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଠାରୁ ୫ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ। ଦରମା ବିଲ୍ କରାଇବା ପାଇଁ ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ।

ସ୍କୁଲ ରାତ୍ର ଜଗୁଆଳି ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନ ଶିକ୍ଷକ । ସୂଚନାଯୋଗ୍ୟ ଯେ, ଭିଜିଲାନ୍ସ ହାତରେ ଧରାପଡିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଚଢେଇଗୁଆଁ ସ୍ଥିତ ଯୁଗରୁପା ବିଦ୍ୟାଭବନ ସ୍କୁଲର ପ୍ରଧାନ ଶିକ୍ଷକ ରଘୁନାଥ ଦାସ । ସ୍କୁଲ ରାତ୍ର ଜଗୁଆଳି କ୍ଷୀରୋଦ ଦାସଙ୍କ ବକେୟା ଦରମା କରେଇ ଦେବା ପାଇଁ ପ୍ରଧାନ ଶିକ୍ଷକ ସ୍କୁଲ ଅଫିସରେ ଲାଞ୍ଚ ନେଉଥିଲେ l

ଖବର ପାଇ ଛକି ରହିଥିବା କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଭିଜିଲାନ୍ସ ବିଭାଗର ଦୁଇଟି ଟିମ୍ ପ୍ରଧାନ ଶିକ୍ଷକ ରଘୁନାଥ ଦାସଙ୍କ ଲାଞ୍ଚ ଟଙ୍କା ସହ କାବୁ କରି ନେଇଥିଲା l କଟକ ଭିଜିଲାନ୍ସ ଟିମ୍ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା ଚଲାଇଛି ଭିଜିଲାନ୍ସ ।

Leave A Reply

Your email address will not be published.