ଓଡ଼ିଆ ନ୍ୟୁଜ୍: RTI ଲଢ଼େଇରେ BCCIର ବଡ଼ ବିଜୟ। BCCI ସୂଚନା ଅଧିକାର ଆଇନ (RTI) ପରିସର ମୁକ୍ତ।ଏନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ କେନ୍ଦ୍ରୀୟ ସୂଚନା କମିଶନ (CIC)। ୨୦୧୮ରେ ତତ୍କାଳୀନ CIC ଦେଇଥିବା ନିର୍ଦ୍ଦେଶକୁ ବଦଳାଇଦେଲେ। BCCI ସ୍ୱାଧୀନ ଭାବେ କାମ କରିବ, ସରକାରୀ ହସ୍ତକ୍ଷେପ ମନା। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ୍ ଏକ ପବ୍ଲିକ୍ ଅଥରିଟି ନୁହେଁ- CIC। BCCI ଆର୍ଥିକ ଦୃଷ୍ଟିରୁ ପୂରା ସ୍ୱଚ୍ଛଳ; ସରକାରଙ୍କ ଉପରେ ନିର୍ଭରଶୀଳ ନୁହେଁ।
ସିଆଇସି ଏହାବି ଟିପ୍ପଣୀ କରିଛନ୍ତି ଯେ ଏହା ମାନିନେବା ଉଚିତ ନୁହେଁ ଯେ ସରକାରୀ ତତ୍ୱାବଧାନ ବଢିଲେ ବିସିସିଆଇର କାମ ଆହୁରି ଭଲ ହେବ। ସିଆଇସି ଏହି ଚେତାବନୀ ମଧ୍ୟ ଦେଇଛନ୍ତି ଯେ ସରକାରଙ୍କ ଅତିରିକ୍ତ ନିୟନ୍ତ୍ରଣ ସଂସ୍ଥାର ସନ୍ତୁଳିତ ଆର୍ଥିକ ସଂରଚନାକୁ ବିଗାଡିଦେଇପାରେ। ଆୟୋଗ ଏହା ବି କହିଛନ୍ତି ଯେ ଖେଳ ପ୍ରଶାସନରେ ପାରଦର୍ଶିତା ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିଯୁକ୍ତ ଜଷ୍ଟିସ୍ ଲୋଢା କମିଟିର ସଂସ୍କାର ସମ୍ପର୍କିତ ସୁପାରିଶ କେବଳ ପରାମର୍ଶ ପ୍ରକୃତିର ଥିଲା ଓ ଆରଟିଆଇ ଅଧିନିୟମର ଧାରା ୨(ଏଚ)ରେ ନିହିତ ସ୍ପଷ୍ଟ ବୈଧାନିକ ଢାଞ୍ଚାକୁ ରଦ୍ଦ କରିପାରିନଥିଲା।
ଗତବର୍ଷ ସେପ୍ଟେମ୍ବରରେ ମାଡ୍ରାସ ହାଇକୋର୍ଟ ଦ୍ୱାରା ସିଆଇସିର ଅକ୍ଟୋବର ୨୦୧୮ର ପୂର୍ବ ଆଦେଶକୁ ନୂଆ କରି ଶୁଣାଣି ଲାଗି ଫେରସ୍ତ କରିବା ପରେ ଏହି ମାମଲାର ପୁନର୍ବିଚାର କରାଗଲା। ୨୦୧୮ରେ ସିଆଇସି ସୂଚନା ଅଧିକାର ଅଧିନିୟମରେ ବିସିସିଆଇକୁ ସାର୍ବଜନିକ ପ୍ରାଧିକରଣ ସ୍ୱୀକାର କରି ତତ୍କାଳୀନ ଅଧ୍ୟକ୍ଷ, ସଚିବ ଓ ପ୍ରଶାସକ ସମିତି (ସିଓଏ)ଙ୍କୁ ସୂଚନା ଅଧିକାରୀ ନିଯୁକ୍ତି କରିବା ଓ ଆରଟିଆଇରେ ସୂଚନା ଲାଗି ଆବେଦନ ପ୍ରାପ୍ତ କରିବା ହେତୁ ଅନଲାଇନ ଓ ଅଫଲାଇନ ତନ୍ତ୍ର ସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶରେ ବିସିସିଆଇଙ୍କ ବିରୋଧରେ ଆଉ କିଛି ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି। ପରେ କ୍ରିକେଟ ବୋର୍ଡ ମାଡ୍ରାସ ହାଇକୋର୍ଟରେ ଏହି ଆଦେଶକୁ ଚ୍ୟାଲେଞ୍ଜ କରିଥିଲା। ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ସୁପ୍ରିମକୋର୍ଟ ବସିସିଆଇକୁ ଆରଟିଆଇ ଅଧିନିୟମରେ ‘ସାର୍ବଜନିକ ପ୍ରାଧିକରଣ’ ଘୋଷଣା କରିନାହାନ୍ତି।