ଗାଁ କୁ ଯିବ ତହସିଲ ଅଫିସ: ସୁରେଶ ପୂଜାରୀ

0

ଓଡ଼ିଆ ନ୍ୟୁଜ୍: ଆମ ଗାଁ ଆମ ତହସିଲ । ଗାଁ କୁ ଯିବ ତହସିଲ ଅଫିସ। ରାଜସ୍ୱ ବିଭାଗ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଗାଁ କୁ ପହଞ୍ଚିବେ ଅଧିକାରୀ। ୨ ବର୍ଷ ପୂର୍ତ୍ତି ଅବସରରେ ରାଜସ୍ୱ ବିଭାଗ ଆଣିବ ନୂଆ ଯୋଜନା ମୋ ଗାଁ ମୋ ତହସିଲ। ଏହା ସହ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଉଛି ।ଯେଉଁ ମାନେ ଜିଲ୍ଲା ବୁଲି ରାତ୍ରି ରହଣି କରି ଲୋକଙ୍କ ପାଖରୁ ମତାମତ ନେବେ। ରାଜ୍ୟ ବିସ୍ଥାପନ ଓ ଥଇଥାନ ନୀତି ପୂରଣ ହୋଇଥିବାରୁ ନୂଆ ନୀତି ଆଣିବ ରାଜସ୍ୱ ବିଭାଗ। ବିଭିନ୍ନ ରାଜ୍ୟର ଥିବା ବିସ୍ଥାପନ ଓ ଥଇଥାନ ନୀତି କୁ ଅନୁଧ୍ୟାନ କରି ନୂଆ ନୀତି ଅଣାଯିବ। ଏହା ସହ ସହରାଞ୍ଚଲରେ ଥିବା ଚାଷ ଜମିର କିସମ ପରିବର୍ତ୍ତନ ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।

ଲୋକମାନଙ୍କୁ ଆଉ ଛୋଟ ଛୋଟ କାମ ପାଇଁ ତହସିଲ ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ । ଏଣିକି ପ୍ରତି ପଞ୍ଚାୟତ ସ୍ତରରେ ‘କ୍ୟାମ୍ପ କୋର୍ଟ’ ଆୟୋଜନ କରାଯାଇ ଜମି ଚିହ୍ନଟ, ରେକର୍ଡ ସଂଶୋଧନ ଏବଂ ଅନ୍ୟାନ୍ୟ ରାଜସ୍ୱ ଜନିତ ସମସ୍ୟାର ସମାଧାନ ଘଟଣାସ୍ଥଳରେ ହିଁ କରାଯିବ । ରାଜ୍ୟର ପୁରୁଣା ପୁନର୍ବାସ ନୀତି ବଦଳରେ ଆସିବାକୁ ଯାଉଛି ‘ଆର-ଆଣ୍ଡ-ଆର ପଲିସି ୨୦୨୬’।

ଏହି ଆଧୁନିକ ନୀତିରେ ପ୍ରକଳ୍ପ ଯୋଗୁଁ ଭିଟାମାଟି ହରାଉଥିବା ଏବଂ କ୍ଷତିଗ୍ରସ୍ତ ହେଉଥିବା ପରିବାରଗୁଡ଼ିକର ଅଧିକାରକୁ ସର୍ବାଧିକ ପ୍ରାଥମିକତା ଦିଆଯିବ । ସହର ଭିତରେ ଥିବା ଯେଉଁ ଜମିଗୁଡ଼ିକ କାଗଜପତ୍ରରେ ‘ଚାଷ ଜମି’ ହୋଇ ରହିଛି, ହେଲେ ବାସ୍ତବରେ ସେଠାରେ ଆଉ ଚାଷ ହେଉନାହିଁ, ସେଭଳି ଜମିର ‘କିସମ ପରିବର୍ତ୍ତନ’ ନିୟମକୁ କୋହଳ କରାଯିବ ।

Leave A Reply

Your email address will not be published.