ଓଡ଼ିଆ ନ୍ୟୁଜ୍: ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ। ଧର୍ମଗଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ବର ଶବର। ଆୟବହିର୍ଭୂତ୍ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ।ଏକ କାଳୀନ ୬ ଗୋଟି ଜାଗାରେ ଚାଲିଛି ରେଡ।
ଖବର ଅନୁଯାୟୀ, ମଙ୍ଗଳବାର ସକାଳୁ ଭବାନୀପାଟଣାର ଆର୍ ଆଣ୍ଡ ବି ଡିଭିଜନର AEE ଅର୍ଥାତ୍ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ସବରଙ୍କ ଘରେ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଚଢାଉ ହୋଇଛି। ଭବାନୀପାଟଣାର ଗୋସାଣିମୁଣ୍ଡାରେ ଥିବା ଦୁଇ ମହଲା ବିଶିଷ୍ଟ କୋଠା, କିଟପଦରରେ ତାଙ୍କର ଫାର୍ମ ହାଉସ,ଦୁଆରସୁନିରେ ଥିବା ନିର୍ମାଣାଧୀନ କୋଠା, କାର୍ଯ୍ୟାଳୟ, ସରକାରୀ ଆବାସିକ ବାସସ୍ଥାନ ଓ କୋକସରା, କୁସୁମଖୁଣ୍ଟିର ନିଜ ଗ୍ରାମରେ ଥିବା ଦୁଇ ମହଲା ବିଶିଷ୍ଟ କୋଠାରେ ଚଢାଉ ଜାରି ରହିଛି। ଚଢାଉ ସମୟରେ ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଉପସ୍ଥିତ ରହିଛନ୍ତି ।