ସାର୍ବଜନୀନ ସ୍ଥାନରୁ ହଟାଅ ବୁଲା କୁକୁର: ସୁପ୍ରିମକୋର୍ଟ

0

ଓଡ଼ିଆ ନ୍ୟୁଜ୍: ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ।ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ସ୍କୁଲ୍‌, ହସ୍ପିଟାଲ, ବସ୍‌ଷ୍ଟାଣ୍ଡ ଆଦି ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ନିର୍ଦ୍ଦେଶ। ଜଷ୍ଟିସ୍‌ ବିକ୍ରମ ନାଥ, ସନ୍ଦିପ ମେହେଟ୍ଟା, ଏନ୍‌ ବି ଅଞ୍ଜାରିଆଙ୍କ ଖଣ୍ଡପୀଠରେ ଶୁଣାଣି। ଜନସୁରକ୍ଷାକୁ ପ୍ରାଥମିକତା ଦେଇ ସର୍ବୋଚ୍ଚ ନ୍ୟାୟଳୟଙ୍କ ବଡ଼ ରାୟ। ଏନ୍‌ଏଚ୍‌ ଓ ଏକ୍ସପ୍ରେସ୍‌ ୱେରୁ ବୁଲା କୁକୁର, ଗାଈଙ୍କୁ ହଟାଇବାକୁ ନିର୍ଦ୍ଦେଶ। ୨୦୨୫ର ରାୟକୁ ବଳବତ୍ତର ରଖିଲେ ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟଙ୍କ ବିଚାରପତି ବିକ୍ରମ ନାଥ, ବିଚାରପତି ସନ୍ଦୀପ ମେହେଟ୍ଟା ଏବଂ ବିଚାରପତି ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଭାରତୀୟ ପ୍ରାଣୀ କଲ୍ୟାଣ ବୋର୍ଡ (AWBI) ଦ୍ୱାରା ଦାୟର ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ:

ହସ୍ପିଟାଲ, ବସ୍ ଷ୍ଟାଣ୍ଡ, ସ୍କୁଲ, ରେଳ ଷ୍ଟେସନ ଏବଂ ବିମାନବନ୍ଦର ଭଳି ସାର୍ବଜନୀନ ସ୍ଥାନରୁ କର୍ତ୍ତୃପକ୍ଷ ତୁରନ୍ତ ବୁଲା କୁକୁରମାନଙ୍କୁ ଉଠାଇ ନେବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଟୀକାକରଣ କିମ୍ବା ବନ୍ଧ୍ୟାକରଣ (Sterilization) କରାଯିବା ପରେ ମଧ୍ୟ କୁକୁରମାନଙ୍କୁ ପୁଣି ସେହି ସାର୍ବଜନୀନ ସ୍ଥାନକୁ ଫେରାଇ ଅଣାଯାଇପାରିବ ନାହିଁ।

ରାସ୍ତାରୁ ଉଠାଯାଇଥିବା ଏହି କୁକୁରମାନଙ୍କୁ ନିର୍ଦ୍ଦିଷ୍ଟ ପଶୁ ଆଶ୍ରୟସ୍ଥଳ (Animal Shelters)ରେ ରଖିବାକୁ ପଡ଼ିବ।

ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ: କୋର୍ଟ ଚେତାବନୀ ଦେଇଛନ୍ତି ଯେ ସର୍ବୋଚ୍ଚ ଅଦାଲତଙ୍କ ଏହି ନିର୍ଦ୍ଦେଶ ପାଳନ କରିବାରେ ଯଦି କୌଣସି ଅଧିକାରୀ ତ୍ରୁଟି କରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.