ଓଡ଼ିଆ ନ୍ୟୁଜ୍: ବ୍ରହ୍ମପୁର ଗିରିରୋଡରେ ଯୁବକଙ୍କୁ ଆକ୍ରମଣ ଘଟଣା। ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଯୁବକଙ୍କୁ ଆକ୍ରମଣ କରାଯିବାର ଦୃଶ୍ୟ ଅତ୍ୟନ୍ତ ଅମାନୁଷିକ। ସାରା ଓଡ଼ିଶାବାସୀଙ୍କୁ ଏହା ବିଚଳିତ କରିଛି।ଅରାଜକତାର ଭୟଙ୍କର ଚିତ୍ର ଦେଖୁଛି ଓଡ଼ିଶା।ବିଜେପିର ଶାସନ ନୁହେଁ, ଗୁଣ୍ଡାରାଜ୍ ଚାଲିଛି। ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି। ପୋଲିସ ଓ ଆଇନ କାନୁନ ବ୍ୟବସ୍ଥା କୁଆଡେ ଯାଇଛି। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଓଡ଼ିଶା ସାରା ଦେଶରେ ନିନ୍ଦିତ ହେଉଛି।ଦୋଷୀଙ୍କ ବିରୋଧରେ ତୁରନ୍ତ ଆକ୍ସନ ନିଆଯାଉ।
ବିଜେପି ସରକାର ଉତ୍ସବରେ ମାତି ସାଧାରଣ ଜନତାଙ୍କ ସୁରକ୍ଷାକୁ ଆଉ କେତେ ବିପନ୍ନ କରିବ? ଓଡ଼ିଶା କେତେ ଆଉ ଲଜ୍ଜିତ ହେବ? ମିଛ ବାହାସ୍ଫୋଟରେ ସରକାର ଚାଲେନି, ଲୋକଙ୍କୁ ସୁରକ୍ଷା ଦରକାର। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଗୁଣ୍ଡାରାଜ୍ ଶାସନ ପାଇଁ ଓଡ଼ିଶା ସାରା ଦେଶରେ ନିନ୍ଦିତ ହେଉଛି। ବିଜେପି ସରକାର ଅପରାଧୀଙ୍କୁ ସୁରକ୍ଷା ଦେବା ଛାଡୁ। ତୁରନ୍ତ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରୁ ବୋଲି ଦାବି କରିଛନ୍ତି ନବୀନ।
ଏହି ଘଟଣାରେ ନବୀନଙ୍କ ଟୁଇଟ ନେଇ ବିଜେପି ବିଧାୟକ ସରୋଜ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କାଲି ଯାହା ହେଇଛି ବ୍ୟକ୍ତିଗତ ଘଟଣା। ୨୫ ବର୍ଷ ଶାସନରେ ଗୁଣ୍ଡାଙ୍କୁ ପୋଷି ଥିଲା ବିଜେଡି। ଟିକେ ସମୟ ଲାଗିବ ସଜାଡ଼ିବାକୁ। ଏବେ ଏନକାଉଣ୍ଟର ହେଇଛି। ନବୀନ କଥା କିଏ ଶୁଣୁଛି ତାଙ୍କ ଟୁଇଟ କିଏ ଦେଖୁଚି। ଏବେ ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ସାଙ୍ଗରେ କଥା ହଉଛନ୍ତି। ଏବେ ଯାହା ଘଟୁଛି ଆମେ ତାର ଉତ୍ତରଦାୟୀ |