ୟୁପିରେ ଅଦିନିଆ ରଥଯାତ୍ରା, ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

0

ଓଡ଼ିଆ ନ୍ୟୁଜ୍: ୟୁପିରେ ଅଦିନିଆ ରଥଯାତ୍ରା । ହାପୁର ଜିଲ୍ଲାର ଶ୍ରୀଜଗନ୍ନାଥ ସେବା ସମିତି ଏହି ଅଦିନିଆ ରଥଯାତ୍ରା ପାଳନ କରିବାକୁ ଯାଉଛି । ଏହାକୁ ନେଇ ଦୃଢ ପ୍ରତିବାଦ କରିଛି ପୁରୀ ଶ୍ରୀମନ୍ଦିର ପ୍ରଶାସନ । ଏହା ଜାଣିବା ପରେ ହାପୁର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଅଦିନିଆ ରଥଯାତ୍ରାରୁ ନିବୃତ ରହିବା ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି ।

ଚଳିତ ବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ରଥଯାତ୍ରା , ପାରମ୍ପରିକ ତଥା ଶାସ୍ତ୍ରାନୁମୋଦିତ ବିଧି ଅନୁସାରେ ଜୁଲାଇ ୧୪ ଓ ୧୬ ତାରିଖରେ ଅନୁଷ୍ଠିତ ହେବ । ଏହି ଦିନ ଭିନ୍ନ ଅନ୍ୟ କୌଣସି ଦିନ ନେତ୍ରୋତ୍ସବ ଓ ରଥଯାତ୍ରା ପାଳନ କଲେ ଦେଶ ବିଦେଶର ଅଗଣିତ ଭକ୍ତ ମାନଙ୍କର ଧାର୍ମିକ ଭାବନାରେ ଆଘାତ ସୃଷ୍ଟି କରିବ ବୋଲି ମୁଖ୍ୟ ପ୍ରଶାସକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.