୪୦ ଉପରେ ୧୮ ସହର

0

ଓଡ଼ିଆ ନ୍ୟୁଜ୍: ପ୍ରବଳ ତାତିରେ ଆଉଟପାଉଟ ହେଉଛି ସାରା ରାଜ୍ୟ। ଆଜି ୧୮ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ। ୪୪.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର। ହୀରାକୁଦ ୪୪, ସମ୍ବଲପୁର ଓ ଅନୁଗୁଳ ୪୩.୬ ଡିଗ୍ରୀ। ବୌଦ୍ଧ ଓ ତାଳଚେର ୪୩, ସୋନପୁର ୪୨.୬ ଡିଗ୍ରୀ।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଜଳବାୟୁ ଓ ପରିବର୍ତ୍ତନ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ଅନୁସାରେ ୨୦ରୁ ତାତି ଆହୁରି ବଢ଼ିବ । ୨୦ରେ ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ସେଲସିୟସ୍ ପହଞ୍ଚିପାରେ। ଆସନ୍ତା ୨୪/୨୫ ତାରିଖବେଳକୁ ଉପକୂଳ ଅଞ୍ଚଳରେ ବି ପାରଦ ୪୪-୪୫ ଡିଗ୍ରୀ ସେଲସିୟସ୍ ରହିପାରେ । ଆସନ୍ତା ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ତାତିରୁ ଆଶ୍ୱସ୍ତି ସମ୍ଭାବନା ଦେଖାଯାଉନି । ଏହା ପରେ ବି ଗରମ କମିବା ନେଇ ଏବେ କିଛି କହିହେବନି । ମଝିରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ମାତ୍ର ବିସ୍ତୃତ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବନି । ଯେଉଁଠି ବର୍ଷା ହେବ, ସେହି ଅଞ୍ଚଳରେ ସାମୟିକ ଭାବେ ତାତି ସାମାନ୍ୟ କମିପାରେ ।

Leave A Reply

Your email address will not be published.