ଓଡ଼ିଆ ନ୍ୟୁଜ୍: R&B ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ୬୮ ପ୍ଲଟ୍। ୬୮ ପ୍ଲଟକୁ ମିଶାଇ ମୋଟ୍ ୬୫ ଏକର ଜମି ଠାବ କଲା ଭିଜିଲାନ୍ସ। ୧୭ ଏକରରେ ୨ଟି ଫାର୍ମ ହାଉସ୍, ୮ କ୍ୟାବିନ୍ ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ। ଭବାନୀପାଟଣାରେ ୪୫୦୦ ବର୍ଗଫୁଟର ଦ୍ବିମହଲା କୋଠା ଠାବ। ୪ଟି ବହୁତଳ ସହ ମୋଟ୍ ୫ କୋଠା ଠାବ ନେଇ ସୂଚନା ଦେଲା ଭିଜିଲାନ୍ସ।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଭୁବନେଶ୍ୱର ଶବର ୧୯୯୯ ମସିହାରେ ୬ ହଜାର ଟଙ୍କାରେ ଜେଇ ଭାବରେ ସୁନାବେଡ଼ାରୁ ଚାକିରି ଜୀବନ ଆରମ୍ଭ କରିଥିବା ବେଳେ ସେ ନବରଙ୍ଗପୁର ପରେ କଳାହାଣ୍ଡି ଜିଲ୍ଲାରେ ପ୍ରମୋସନ ହୋଇ AE ହୋଇଥିଲେ। ବର୍ତ୍ତମାନ ଧର୍ମଗଡ଼ ଏବଂ ଭବାନୀପାଟଣା ଦୁଇଟି ଦାଇତ୍ବରେ ରହିଥିବା ବେଳେ, ତାଙ୍କ ନାଁରେ ରହିଥିଲା ଅନେକ ଅଭିଯୋଗ ।