ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ: ନିତ୍ୟାନନ୍ଦ ଗଣ୍ଡ

0

ଓଡ଼ିଆ ନ୍ୟୁଜ୍: ଚଳିତ ବର୍ଷ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ। ରେଜଲ୍ଟ ପ୍ରକାଶ ପରେ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ। କୌଣସି ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପାଇଁ ସୁଯୋଗ। ପିଲା ଜଣଙ୍କ ପାସ୍‌ କରିଥିଲେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ସୁଯୋଗ। ଜୁଲାଇ ପ୍ରଥମ ସପ୍ତାହରେ ହେବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା।୨୦୨୬ରେ ସବୁ ବିଷୟରେ ପଞ୍ଜୀକୃତ ସହ ସବୁଥିରେ ପାସ୍ କରିଥିଲେ ଛାତ୍ରଛାତ୍ରୀ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ । ରେଗୁଲାର ଏବଂ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେଇପାରିବ । ରି-ଚେକିଂ ପାଇଁ ମେ’ ୨୭ ସୁଦ୍ଧା ଆବେଦନ କରିହେବ । ଆସନ୍ତାକାଲି ଠାରୁ ମାର୍କସିଟ୍ କପି ଡିଜିଲକରରୁ ପାଇପାରିବେ ଛାତ୍ରଛାତ୍ରୀ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମ ଫଳ ପ୍ରକାଶ ପାଇଛି । ଚଳିତବର୍ଷ ବଢିଲା ପାସ୍ ହାର । ଯୁକ୍ତ ଦୁଇ ପରୀକ୍ଷାରେ ପୁଣି ଚମକିଲେ ଛାତ୍ରୀ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଛାତ୍ରଙ୍କ ପାସ୍ ହାର ୭୭.୯୭ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୯.୪୫ ପ୍ରତିଶତ ରହିଛି । ବାଣିଜ୍ୟରେ ପାସ୍ ହାର ରହିଛି ୮୮.୦୭ ପ୍ରତିଶତ । ଯେଉଁଥିରେ ଛାତ୍ରଙ୍କ ପାସ୍ ହାର ୮୬, ୬୭ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୦.୪୩ ପ୍ରତିଶତ ରହିଛି । ବିଜ୍ଞାନରେ ପାସ୍ ହାର ୮୮.୮୨ ରହିଛି । ଯେଉଁଥିରେ ଛାତ୍ରଙ୍କ ପାସ୍ ହାର ୮୭.୪୧ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୦.୨୪ ପ୍ରତିଶତ ରହିଛି । ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର ୭୭.୬୨ ପ୍ରତିଶତ ରହିଛି । ସାରା ରାଜ୍ୟରେ ସମ୍ବଲପୁରରେ ପାସ୍ ହାର ଅଧିକା ରହିଛି ।

Leave A Reply

Your email address will not be published.