ଓଡ଼ିଆ ନ୍ୟୁଜ୍: ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ ଯୋଗାଣ ସଚିବଙ୍କ କଡ଼ା ତାଗିଦ୍। ଅତ୍ୟାବଶ୍ୟକୀୟ ସାମଗ୍ରୀର କୃତ୍ରିମ ଅଭାବ ସୃଷ୍ଟି ପୂର୍ବରୁ ପଦକ୍ଷେପ ନିଅନ୍ତୁ। ରିଆକ୍ଟିଭ ହେବା ପରିବର୍ତ୍ତେ ଆଗୁଆ ପ୍ରୋ ଆକ୍ଟିଭ ହୋଇ କାମ କରନ୍ତୁ। କଣ୍ଡକ୍ଟ ରୁଲ୍ ଉଲଂଘନ କଲେ ନିଲମ୍ବନ ଓ ବହିଷ୍କାର କରାଯିବ- ସଞ୍ଜୟ ସିଂ। ଏହାକୁ ଚେତାବନୀ ବୋଲି ଭାବି ନିଅନ୍ତୁ କହିଲେ ଯୋଗାଣ ସଚିବ। ଚାଉଳ ଡେଲିଭରୀକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଯୋଗାଣ ସଚିବ। ୨୦୨୪-୨୫ରେ ୬୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉତ୍ପାଦନ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ୫୦ ହଜାର ମେଟ୍ରିକ୍ ଟନ୍ ଚାଉଳ ଡେଲିଭର ହୋଇପାରିନି। ୧୦୦% eKYC ପାଇଁ ବିଭାଗୀୟ ଅଧିକାରୀଙ୍କୁ ଟାର୍ଗେଟ୍ ଦେଲେ।ରାଜ୍ୟରେ ୩ କୋଟି ୩୦ ଲକ୍ଷ ରାସନ୍ ହିତାଧିକାରୀ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୯୭% eKYC ସରିଛି, ଆଧାର ଯାଞ୍ଚ ୯୬% ହୋଇଛି।
ଧାନ କିଣାରେ SHG ନିୟୋଜିତ କରିବା କାରଣରୁ ଭଦ୍ରକ CSOଙ୍କୁ ପ୍ରଶ୍ନ କରିଛନ୍ତି ସଚିବ। SHGଙ୍କୁ ନିୟୋଜିତ କରାଯିବାର କୌଣସି ବ୍ୟବସ୍ଥା ନାହିଁ। ନିଜ ଦରମାରୁ ପଇସା କଟିବ। ଚିଠିର ଉତ୍ତର ଦେଉନଥିବାରୁ ବି ଅସନ୍ତୋଷ ଝାଡ଼ିଲେ ସଚିବ। ସେହିପରି ଜଗତସିଂପୁର CSOଙ୍କୁ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ସଚିବ। ଚାଉଳ ଡେଲିଭରୀରେ ବିଳମ୍ବକୁ ନେଇ ତାଗିଦ କରିଛନ୍ତି। ବଲାଙ୍ଗୀର ଓ ଢେଙ୍କାନାଳ CSOଙ୍କୁ ବି ତାଗିଦ କରିଛନ୍ତି। କୋରାପୁଟ ଚାଷୀଙ୍କ ଯାଞ୍ଚ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଅସନ୍ତୋଷ ଝାଡିଛନ୍ତି ସଚିବ ସଞ୍ଜୟ ସିଂହ।