ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ।ରାୟଗଡ଼ା କୋଲନରା ବ୍ଲକ୍‌ RWSS ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ। ସହକାରୀ ଯନ୍ତ୍ରୀଙ୍କ ଗଞ୍ଜାମ ଓ ରାୟଗଡ଼ାର ୭ଟି ସ୍ଥାନରେ ଏକକାଳୀନ ରେଡ୍‌।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର RWSS ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି । ରାୟଗଡ଼ା ସମେତ କଲୋନୀ ଏବଂ ବ୍ରହ୍ମପୁରର ୬ଟି ସ୍ଥାନରେ ଚାଲିଛି ଚଢାଉ । ପୈୃତକ ଘର ଏବଂ ଅଫିସରେ ଏକାସଙ୍ଗେ ଚଢାଉ କରୁଛି ଭିଜିଲାନ୍ସ । ତେବେ ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢାଉରେ ୫ଟି ଟିମ୍ ସାମିଲ୍ ଅଛନ୍ତି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସଂପତ୍ତି ଜବତ ହୋଇଛି । ସେନେଇ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯାଇନାହିଁ । ଚଢାଉ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ସଂପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.